କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ କରିବେ ଆଲୋଚନା
ଭୁବନେଶ୍ୱର,: ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ବହୁ ଆଗରେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଥି ବା ଭଲପାଇବା ଯୋଗୁଁ ଆଜି ଓଡ଼ିଶା ସମଗ୍ର ଦେଶରେ ଏକ କ୍ରୀଡ଼ା ହବ୍ର ମାନ୍ୟତା ପାଇଛି । କରୋନା କାଳରେ ଇଭେଣ୍ଟଗୁଡ଼ିକ ବିନା ଦର୍ଶକରେ ଅନୁଷ୍ଠିତ ହେଉଥିଲା । କିନ୍ତୁ ଏବେ ଏହି କଟକଣା ଉଠିବା ଯୋଗୁଁ ଚଳିତ ଅକେଫାବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ୍ ବିଶ୍ୱକପ୍ରେ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖାଦେଇଛି । ଏଥିରୁ ପ୍ରମାଣିତ ହୁଏ ଯେ ଓଡ଼ିଶାବାସୀଙ୍କ ମଧ୍ୟରେ କ୍ରୀଡ଼ାପ୍ରତି ଥିବା ଭଲପାଇବା କମିନାହିଁ । ଗୋଆଠାରେ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ର କ୍ୱାଟର ଫାଇନାଲ ମ୍ୟାଚ୍ ପାଇଁ ଗୋଆ କ୍ରୀଡ଼ା ବିଭାଗର ନିମନ୍ତ୍ରଣ କ୍ରମେ ରାଜ୍ୟ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ତଥା ଗୃହ (ରାଷ୍ଟ୍ର) ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗୋଆ ଗସ୍ତରେ ଯାଇଛନ୍ତି । ଏଠାରେସେ ଫୁଟବଲ୍ ଖେଳାଳିମାନଙ୍କୁ ଭେଟିବା ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲକ୍ଷ୍ୟ ନେଇ ସେଠାକାର କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏଥି ସହ ଓଡ଼ିଶା ବିଭିନ୍ନ କ୍ରୀଡ଼ା ଓ ଭିତ୍ତିଭୂମିର ଉନ୍ନତି ଘଟାଇ ସମଗ୍ର ବିଶ୍ୱରେ ରାଜ୍ୟକୁ କିଭଳି ପ୍ରଦର୍ର୍ଶିତ କରିଛି, ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ କ୍ରୀଡ଼ା ଭିତ୍ତିଭୂମିର ଉପଯୁକ୍ତ ବ୍ୟବହାର ସହ କ୍ରୀଡ଼ାବିତ୍ଙ୍କୁ ସଠିକ୍ ତାଲିମ ଏବଂ କ୍ରୀଡ଼ାର ସାମଗି୍ରକ ବିକାଶ ନେଇ ଦୁଇ ରାଜ୍ୟ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ଉଭୟ ରାଜ୍ୟର କ୍ରୀଡ଼ାକୁ ଏକ ନୂଆ ଦିଶା ପ୍ରଦାନ କରିବ ।
.