ପଦ୍ମପୁର -ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜେ ଆତ୍ମ ନିର୍ଭରଶୀଲ ହୋଇ ପାରିବେ ବୋଲି ଓଡିଶା ସରକାର ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ପଦ୍ମପୁର ସହରର ଉନ୍ନତି କରଣ ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ପଦ୍ମପୁର ସହରର ବିଭିନ୍ନ ଉନ୍ନୟନ ପାଇଁ କାର୍ଯ୍ୟାଦେଶ ବଂଟନ କରିଛନ୍ତି । ପଦ୍ମପୁର ସହରର ଟାଉନ ହଳ ଠାରେ ସହରର ୧୧୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୧୧୫ ଗୋଟ ପ୍ରକଳ୍ପର କାର୍ଯ୍ୟା ଦେଶ ବଂଟନ କରାଯାଇଛି । ଏହି କାର୍ଯ୍ୟାଦେଶ ବଂଟନ ସମୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ,ଏନଏସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଓ ସମସ୍ତ କାଉନସିଲର ଏହା ସହ ଦୁଷ୍ମନ୍ତ ବେହେରା,ଅଜିତ ମହାକୁର,ଗୋଷ୍ଠୀ ସଂଯୋଜିକା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ I
ରାଜ୍ୟ
ମୁକ୍ତା ଯୋଜାନା ମାଧ୍ୟମରେ ସ୍ୱୟଂ ସହାକ ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଂଟନ ।
- Hits: 405