ହେଡଲାଇନସ୍:

ଆମୱେ ଇଣ୍ଡିଆ ପାଳନ କରୁଛି ‘ହେଲ୍‍ଦି ୱାଲି ଦିୱାଲି’- ଭିତରେ, ବାହାରେ ଏବଂ ଚତୁର୍ପାଶ୍ୱର୍ରେ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ପ୍ରୋତ୍ସାହିତ କରୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱାସ୍ଥ୍ୟକର ରାନ୍ଧଣା, ସୌନ୍ଦର୍ଯ୍ୟ ଏବଂ ବାସଗୃହରେ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ପୂର୍ଣ୍ଣାଙ୍ଗ ବିଶାରଦ ଅଧିବେଶନ ଆୟୋଜନ ଯୋଜନା କରୁଛି

ଭୁବନେଶ୍ୱର: ସାମଗ୍ରିକ କଲ୍ୟାଣକୁ ଆପଣେଇବା ଏବଂ ଘର ଭିତରେ, ବାହାରେ ଏବଂ ଚତୁର୍ପାଶ୍ୱର୍ରେ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟକର ପରିବେଶକୁ ଅଗ୍ରାଧିକାର ପ୍ରଦାନକୁ ଉତ୍ସାହିତ କରିବା ପ୍ରୟାସ ଅନୁଯାୟୀ ଅନ୍ୟତମ ଅଗ୍ରଣୀ ଏଫଏମ୍‍ସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ପକ୍ଷରୁ ସମସ୍ତ ଅଞ୍ଚଳରେ ଥିବା ଆମୱେ ଡାଇରେକ୍ଟ ସେଲିଂ ସହଯୋଗୀ ଏବଂ ସେମାନଙ୍କ ଗ୍ରାହକଙ୍କ ନିମନ୍ତେ ସୁସ୍ଥ ଜୀବନଯାପନ ଏବଂ ରାନ୍ଧଣା, ସୌନ୍ଦର୍ଯ୍ୟ ଏବଂ ବାସଗୃହରେ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଅଧିବେଶନମାନ ଆୟୋଜନ କରି ପାର୍ବଣର ଆନନ୍ଦ ପରିବ୍ୟାପ୍ତ କରିବାକୁ ‘ହେଲ୍‍ଦି ୱାଲି ଦିୱାଲି’ ପ୍ରଚଳନ କରାଯାଇଛି ।
ଆଗ୍ରହ ଭିତ୍ତିକ ଗୋଷ୍ଠୀଗୁଡିକର ଉଦ୍ଭବ ସମ୍ପ୍ରତି ଏକ ଉଲ୍ଲେଖନୀୟ ଧାରାରେ ପରିଣତ ହୋଇଛି ଏବଂ ଜନସାଧାରଣ ସ୍ୱତନ୍ତ୍ର ମୁହୂର୍ତ୍ତ ଏବଂ ଅବସରଗୁଡିକ ପାଳନ ନିମନ୍ତେ ଏକତ୍ରିତ ହେଉଛନ୍ତି । ପାର୍ବଣ ନିମନ୍ତେ ଜନସାଧାରଣ ପ୍ରସ୍ତୁତ ହେଉଥିବାବେଳେ ଆମୱେ ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ବାସଗୃହରେ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ୱ ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ପାର୍ବଣକୁ ସ୍ମରଣୀୟ କରିବା ନିମନ୍ତେ ଏକତ୍ରିତ ହେବା ମନୋଭାବକୁ ପୃଷ୍ଠପୋଷକତା ଯୋଗାଇ ଦେଉଛି । ପୂର୍ବାଞ୍ଚଳରେ କମ୍ପାନୀ ଘର ଭିତରେ, ବାହାରେ ଏବଂ ଚତୁର୍ପାଶ୍ୱର୍ରେ ଏହାର ‘ହେଲ୍‍ଦି ୱାଲି ଦିୱାଲି’ ଅଭିଯାନ ଅଧୀନରେ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ସ୍ୱାସ୍ଥ୍ୟକର ରାନ୍ଧଣା, ତ୍ୱଚାର ଯତ୍ନ ଏବଂ ବାସଗୃହରେ ସ୍ୱାସ୍ଥ୍ୟରକ୍ଷା ଉପରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।
ଏହି ସମସ୍ତ ପ୍ରୟାସ ସମ୍ପର୍କରେ ମତଦେଇ ଶ୍ରୀ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ, ସିନିୟର ଭାଇସ୍‍ ପ୍ରେସିଡେଣ୍ଟ- ପୂର୍ବ ଓ ପଶ୍ଚିମାଞ୍ଚଳ, ଆମୱେ ଇଣ୍ଡିଆ କହିଛନ୍ତି, “ପ୍ରତିବର୍ଷ ବର୍ଦ୍ଧିତ ଉତ୍ସାହ ଏବଂ ଉତ୍ସବ ବୃହତ୍ତର ଆକାରରେ ଏବଂ ଅଧିକ ଜାକଜମକରେ ପାଳନ କରାଯାଉଥିବାରୁ ଆମୱେ ଇଣ୍ଡିଆରେ ଆମେ ଉପଭୋକ୍ତାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସାମଗ୍ରିକ କଲ୍ୟାଣକୁ ଲଗାତର ଅଗ୍ରାଧିକାର ପ୍ରଦାନ କରିଆସୁଛୁ । ଏହି ଧାରାରେ ପରିଚାଳିତ ହୋଇ ଏବଂ ଜନସାଧାରଣଙ୍କ ଯେଭଳି ଉତ୍ତମ ଜୀବନ ଓ ସ୍ୱାସ୍ଥ୍ୟକର ଜୀବନ ନିର୍ବାହ କରିବେ ସେଥିପାଇଁ ଆମର ପ୍ରତିବଦ୍ଧତା ଅଧିକ ମଜଭୁତ କରିବାକୁ ସ୍ୱାସ୍ଥ୍ୟପ୍ରଦ ଜୀବନ, ସୌନ୍ଦର୍ଯ୍ୟ ଏବଂ ବାସଗୃହରେ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ନିଜ ନିଜ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଦିଗରେ ସହାୟତା କରିବା ପାଇଁ ଆମେ ଆକାଂକ୍ଷୀଭିତ୍ତିକ ଗୋଷ୍ଠୀଗୁଡିକୁ ଏକତ୍ର କରାଉଛୁ । ଆମର ‘ହେଲ୍‍ଦି ୱାଲି ଦିୱାଲି’ ଅଭିଯାନ ଅଧୀନରେ ଆୟୋଜିତ ଅଧିବେଶନଗୁଡିକ ଘର ଭିତରେ, ବାହାରେ ଏବଂ ଚତୁର୍ପାଶ୍ୱର୍ରେ ସ୍ୱାସ୍ଥ୍ୟ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବିଶେଷଜ୍ଞ ବକ୍ତାମାନେ ଆମର ଆମୱେ ଡାଇରେକ୍ଟ ସେଲିଂ ସହଯୋଗୀଙ୍କ ସହିତ ସହଜ ଓ ସ୍ୱାସ୍ଥ୍ୟକର ଖାଦ୍ୟ, ସୌନ୍ଦର୍ଯ୍ୟ, ତ୍ୱଚା ଯତ୍ନ ଏବଂ ଘରେ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ସହଭାଗିତା କରିଥିଲେ । ପାର୍ବଣ ଆସି ପହଞ୍ଚିଥିବାବେଳେ ଏହି ଅନନ୍ୟ ପ୍ରୟାସଗୁଡିକ ଜନସାଧାରଣଙ୍କୁ ଉତ୍ପାଦର ଅନୁଭୂତି ହାସଲ କରିବା ଜରିଆରେ ସେମାନଙ୍କର ପାର୍ବଣ ପାଳନ ପରିବେଶକୁ ଉଚ୍ଚତର ସୋପାନକୁ ନେଇଯାଉଛି ଏବଂ ସେହି ସମୟରେ ସେମାନଙ୍କର ତଥା ସେମାନଙ୍କର ପ୍ରିୟ ପରିଜନଙ୍କ କଲ୍ୟାଣ ସୁନିଶ୍ଚିତ କରୁଛି ।”
ସ୍ୱାସ୍ଥ୍ୟକର ପସନ୍ଦ ବାଛିବାକୁ ଉତ୍ସାହିତ କରିବା ସକାଶେ ଆମୱେ ତାହାର ଆମୱେ କ୍ୱିନ୍‍ କୁକ୍‍ୱେର ବର୍ଗକୁ ବ୍ୟବହାର କରି ଆମୱେର ନ୍ୟୁଟ୍ରିଲାଇଟ ଅଲ୍‍ ପ୍ଲାଣ୍ଟ ପ୍ରୋଟିନ ସହିତ ଅତ୍ୟନ୍ତ ସ୍ୱାଦିଷ୍ଟ ଅଥଚ ସହଜରେ ପ୍ରସ୍ତୁତ କରିହେଉଥିବା ଖାଦ୍ୟ ସମ୍ପର୍କରେ ରାନ୍ଧଣା ଅଧିବେଶନ ଆୟୋଜନ କରିଥିଲା, ଯେଉଁଥିରେ ଆମୱେ କ୍ୱିନ୍‍ କୁକ୍‍ୱେର ବର୍ଗ ପ୍ରାୟତଃ ଶୂନ୍ୟ ତେଲ ବ୍ୟବହାର କରି ଚମତ୍କାର ରାନ୍ଧଣା ଶୈଳୀ ପ୍ରଦର୍ଶନ କରିଥିଲା । ପାର୍ବଣ ପାଳନକୁ ଅଧିକ ଉତ୍ସାହପ୍ରଦ କରିବା ସକାଶେ କମ୍ପାନୀ ଏହାର ଆଟିଚ୍ୟୁଡ୍‍ର ମେକ୍‍ଅପ ଏବଂ କଲର୍‍ ବର୍ଗକୁ ନେଇ ସୌନ୍ଦର୍ଯ୍ୟ ଦିଗକୁ କିଭଳି ଅଧିକ ପରିବର୍ଦ୍ଧିତ କରାଯାଇପାରିବ ତାହା ଉପରେ କର୍ମଶାଳା ଆୟୋଜନ କରିଥିଲା ଏବଂ ସେହି ସମୟରେ ଏହାର ଆର୍ଟିଷ୍ଟ୍ରି ପ୍ରିମିୟମ ତ୍ୱଚା ପ୍ରଯତ୍ନକାରୀ ଉତ୍ପାଦବର୍ଗକୁ ନେଇ ତ୍ୱଚାର ଯତ୍ନ ସୁନିଶ୍ଚିତ କରିଥିଲା । ତତ୍‍ସହିତ ବାସଗୃହରେ ସ୍ୱାସ୍ଥ୍ୟରକ୍ଷା ଉପରେ ଦୃଷ୍ଟିନିବଦ୍ଧ କରି ଏକ ପରିଷ୍କାର ଏବଂ ଔଜଲ୍ୟମୟ ବାସଗୃହ ନିମନ୍ତେ କିଛି ତ୍ୱରିତ ଜ୍ଞାତବ୍ୟ ସୂଚନା ଏବଂ କୌଶଳ ଉପରେ ପରସ୍ପର ମତ ବିନିମୟକାରୀ ଅଧିବେଶନ ଆୟୋଜନ କରାଯାଇଥିଲା ଯାହା ଜନସାଧାରଣଙ୍କୁ ଶେଷ ମୁହୂର୍ତ୍ତରେ ଘର ପରିଷ୍କାର କରିବା ଚିନ୍ତାରୁ ମୁକ୍ତ କରିବାରେ ସହାୟକ ହୋଇଥିଲା ।
ଡିଜିଟାଇଜେସନ୍‍ ପ୍ରକ୍ରିୟାକୁ ଆପଣେଇ ଆମୱେ ସେଗୁଡିକୁ ଭର୍ଚୁଆଲ କରିବା ଏବଂ ସଚେତନତାର ପ୍ରସାର ନିମନ୍ତେ ବିପୁଳ ସଂଖ୍ୟକ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାକୁ ଏହି ସମସ୍ତ ପ୍ରୟାସରେ ଯଥେଷ୍ଟ ବୃଦ୍ଧି ଘଟାଇଛି । ସେହି ସମୟରେ କମ୍ପାନୀ ମଧ୍ୟ ସ୍ୱାସ୍ଥ୍ୟକର ଜୀବନ ନିର୍ବାହ ଏବଂ ପୁଷ୍ଟିକର ଖାଦ୍ୟ ଆହରଣର ଗୁରୁତ୍ୱକୁ ଦୋହରାଇବା ଉପରେ ଦୃଷ୍ଟିନିବଦ୍ଧ କରୁଛି ଏବଂ ପୃଥକ ଭାବରେ ପାର୍ବଣ ପାଳନ ଅବସରରେ ଅନ୍ୟମାନଙ୍କୁ ସହାୟତାର ହାତ ବଢାଇବାକୁ ଗୋଷ୍ଠୀ ନିର୍ମାଣର ମନୋଭାବକୁ ପ୍ରୋତ୍ସାହିତ କରୁଛି ।

0
0
0
s2sdefault