ଜଗତିଂହପୁର ସୁମନ୍ତ କୁମାର ଦାସ: ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବେଆଇନ ପାର୍କିଂ ଓ ସଂକୁଚିତ ରାସ୍ତା ହେତୁ ନାହିଁ ନ ଥିବା ଭିଡ଼ ହେତୁ ଛୁଟି ସମୟରେ ପିଲାମାନଙ୍କ ସମସ୍ୟା ପାଇଁ କିଛି ଅଭିଭାବକ ମାନେ "ରାସ୍ତା ସୁରକ୍ଷା ମଞ୍ଚ " କୁ ଅଭିଯୋଗ ଦେଇଥିଲେ ! ତେଣୁ ରାସ୍ତା ସୁରକ୍ଷା ମଞ୍ଚ ଓଡ଼ିଶା ର ଏକ ପ୍ରତିନିଧି ଦଳ ପାରାଦୀପ ପହଁଚି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କାହ୍ନୁଚରଣ ଧୀର , ଅତିରିକ୍ତ ଏସ.ପି ନିମାଇଁ ଚରଣ ସେଠୀ , ପାରାଦୀପ ପୋର୍ଟ ଚେୟାରମ୍ୟାନ ,କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବିପତ୍ର ଦେଇଛନ୍ତି ! ଅତିରିକ୍ତ ଏସ.ପି ଶ୍ରୀଯୁକ୍ତ ସେଠୀ ରାସ୍ତା ପ୍ରଶସ୍ତି କରଣ ହେବା ପର୍ଯ୍ୟନ୍ତ ପିଲାମାନଙ୍କ ଛୁଟୀ ସମୟରେ ପୋଲିସ ମୁତୟନ ବ୍ୟବସ୍ଥା କରିଥିବାରୁ ରାସ୍ତା ସୁରକ୍ଷା ମଞ୍ଚ ତରଫରୁ ସାଧୁବାଦ ଜଣାଯାଇଥିଲା ! ଏଡ଼ି.ଏମ ତୁରନ୍ତ ରାସ୍ତା ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜୟ କୁମାର ସାହୁ ରାସ୍ତା ସୁରକ୍ଷା ମଞ୍ଚ ର ଏପରି ପଦକ୍ଷେପକୁ ପ୍ରଶଂସା କରିଥିଲେ | ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଭାପତି ଡ଼ଃ ଅରୁଣ କୁମାର ପାଣି , ରାଜ୍ୟ ସଂପାଦକ ଡ଼ଃ ଧ୍ରୁତିଧର ଦାସ, ପୂର୍ବ ଓଡ଼ିଶା ସଂଗଠନ ସଂପାଦକ ଶ୍ରୀଯୁ୍କ୍ତ ସଞ୍ଜୀବ କୁମାର ଦାଶ ,ରାଜ୍ୟ ଉପସଭାପତି ବିମଳ କୁମାର ପଟ୍ଟନାୟକ , ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ ମହାପାତ୍ର , ସୁରେଶ ଚନ୍ଦ୍ର ସ୍ବାଇଁ , ମନୋଜ କୁମାର ସେଠୀ ,ବିରଜା ପ୍ରସାଦ ସେଠୀ , ସାରଦା ମଲ୍ଲ ,ହରପ୍ରିୟା ପଲାଇ ପ୍ରମୁଖ ଥିଲେ |
ରାଜ୍ୟ
ଓଡିଶା ରାସ୍ତା ସୁରକ୍ଷା ମଞ୍ଚ ତରଫରୁ ଦାବିପତ୍ର
- Hits: 353