ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମପଂଚାୟତ ତରଫରୁ ସରପଂଚ ତିଳୋତମା ରାଉତଙ୍କ ସଂଯୋଜନା କ୍ରମେ ଜିଗ୍ନିପୁର ବାଳକୃଷ୍ଣ ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସେନାପତିଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ଯୋଗଦାନ କରି ଚାରା ରୋପଣ ଦ୍ୱାରା ଏକ ଉତମ ପରିବେଶ ସୃଷ୍ଟି ହୋଇପାରିବା ସମ୍ଭବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମ୍ମାନୀତ ଅତିଥି ଭାବେ ଏପିଓ ସ୍ୱାଗତିକା ପରିଡ଼ା, ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ପରିଚାଳନା କମିଟି ସଭାପତି ଦୀପକ ପରିଡ଼ା, କ୍ରୀଡ଼ା ଶିକ୍ଷକ
ନରୋ ମ ମହନ୍ତ, ଆଲୁମିନି ସଭାପତି ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ରଂଜନ କୁମାର ଦାସ, ଶିକ୍ଷକ ପ୍ରଭାକର ସ୍ୱାଇଁ, ଯୁବସମାଜସେବୀ ଜ୍ଞାନରଂଜନ ରାଉତ,ବିନୋଦ ସାମଲ, ଅଭିଭାବକ କମିଟି ସଭ୍ୟ ମନୋଜ କୁମାର ଘଡ଼ାଇ, ମିହିରରଂଜନ ମହାପାତ୍ର, ମାଧବଚନ୍ଦ୍ର ସାହୁ ଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ୟ, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରାଜ୍ୟ
ଜିଗ୍ନୀପୁର ପଂଚାୟତ ତରଫରୁ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ
- Hits: 541








