ହେଡଲାଇନସ୍:

ଜିଗ୍ନୀପୁର ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କୁ ଫୁଟବଲ ବଂଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦ୍ୟାଳୟରେ କ୍ରୀଡ଼ା କ୍ଷେତ୍ରରେ ଶାରୀରିକ ବିକାଶ ପାଇଁ ଫୁଟବଲ କ୍ରୀଡ଼ାର ବିକାଶ ଏକାନ୍ତ ଜରୁରୀ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଗ୍ରାମାଚଂଳରେ ୧୭ବର୍ଷରୁ କମ୍ ବାଳିକା ମାନଙ୍କ ପାଇଁ ଫୁଟବଲ କ୍ରୀଡ଼ାରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଫିଫା ବିଶ୍ୱ କପ୍‌ ମାଧ୍ୟମରେ ଫୁଟବଲ ବଂଟନ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟରେ ନିଶ୍ଚିନ୍ତକୋଇଲି ବ୍ଲକ
ଜିଗ୍ନିପୁର ଗ୍ରାମପଂଚାୟତ ବାଳକୃଷ୍ଣ ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କୁ ଫୁଟବଲ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସେନାପତିଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ଯୋଗଦାନ କରି ପିଲାମାନଙ୍କୁ ଫୁଟବଲ ବଂଟନ କରିବା ସହିତ ଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଫୁଟବଲ କ୍ରୀଡ଼ାର ବିକାଶ ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମ୍ମାନୀତ ଅତିଥି ଭାବେ ସରପଂଚ ତିଳୋତମା ରାଉତ, ଏପିଓ ସ୍ୱାଗତିକା ପରିଡ଼ା, ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ପରିଚାଳନା କମିଟି ସଭାପତି ଦୀପକ ପରିଡ଼ା, କ୍ରୀଡ଼ା ଶିକ୍ଷକ ନରୋତମ ମହନ୍ତ, ଆଲୁମିନି ସଭାପତି ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ରଂଜନ କୁମାର ଦାସ, ଶିକ୍ଷକ ପ୍ରଭାକର ସ୍ୱାଇଁ, ଯୁବସମାଜସେବୀ ଜ୍ଞାନରଂଜନ ରାଉତ,ବିନୋଦ ସାମଲ, ଅଭିଭାବକ କମିଟି ସଭ୍ୟ ମନୋଜ କୁମାର ଘଡ଼ାଇ, ମିହିରରଂଜନ ମହାପାତ୍ର, ମାଧବଚନ୍ଦ୍ର ସାହୁ ଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ୟ, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault