ହେଡଲାଇନସ୍:

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ ଅଶୋକ ସାହୁ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜିନ୍ମଦିବସ ଅବସରରେ ନବରଂଗପୁର ନିର୍ବାଚନରେ ମଣ୍ଡଳୀର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ନବରଂଗପୁର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ପରିସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଶିବାନନ୍ଦ ବିଷୋୟୀ ଙ୍କ ସଂଯାଜନା ରେ ନବରଂଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବ ଯୋଗ ଦେଇ ଶିବିରର ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି ଶିବିର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ତରଫରୁ ନବରଂଗପୁର ଯୁବ ନଗର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଲେଙ୍କା, ପି: ପୁରୁଷୋତ୍ତମ ରାଓ, ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ତ୍ରିନାଥ ଭଟ୍ଟ ଓ ଅନ୍ୟାନ୍ୟ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତା ମାନେ ଅଂଶଗରହଣ କରି ନିଜର ୭୦ରୁ ଉର୍ଦ୍ଦ ୟୁନିଟ ରକ୍ତ ଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର କୋରାପୁଟ ଜୋନ ସଭାପତି ଶ୍ରୀ ତାପସ ତ୍ରୀପାଠୀ, ବିଜୁ ଜନତା ଦଳରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରବି ପଟ୍ଟନାୟକ ଓ ଶ୍ରୀ ଆଶିଷ ରଂଜନ ପଟନାୟକ, ବିଜୁ ଜନତା ଦଳର ବରିଷ୍ଠ ନେତା ମିଟୁ ପାତ୍ର, ନବରଂଗପୁର ଉପ-ପୌରାଧକ୍ଷା ଶ୍ରୀମତୀ ସୌମ୍ୟ ମହାପାତ୍ର,ନଗର ସଭାପତି ଶ୍ରୀ ପ୍ରମୋଦ ରଥ, ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୀବ ନନ୍ଦ, ଶ୍ରୀ ହେମାନନ୍ଦ ବିଷୋୟୀ, ନୀଳ ମାଧବ ପାତ୍ର, ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ଦିଲୁ ପଣ୍ଡା, ରlଜ୍ୟ ଛାତ୍ର ଜନତା ଦଳର ସମ୍ପାଦକ ସୁମିତ ପୂଜାରୀ, ଛାତ୍ର ନେତା ସୁମିତ ପାଳ, ଯୁବ ନେତା ସ୍ଵାଧୀନ ପଣ୍ଡା, ଛାତ୍ର ନେତା ଅବିନାଶ ମହାପାତ୍ର ପ୍ରମୁଖ ଅନେକ ଜିଲ୍ଲା ସ୍ତରୀୟ ନେତା ଯୋଗଦେଇ ସ୍ଵଇଚ୍ଛାରେ ରକ୍ତ ଦାନ କରୁଥିବା ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।

0
0
0
s2sdefault