ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସି. ସି.ଡି ତାଲିମ କେନ୍ଦ୍ର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଲ୍ୟରରେ ସି.ସି.ଡି ସହାୟତାରେ ୩ ଦିନିଆ ନବ ନିର୍ବାଚିତ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।
ଉଦ୍ଘାଟନୀ ଉତ୍ସବରେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଲମି ମଣ୍ଡଳ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଉକ୍ତ ତାଲିମରେ ତାଲିମଦାତା ଭାବେ ଶ୍ରୀଯୁକ୍ତ ଲିଙ୍ଗରାଜ ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ରବି ନାରାୟଣ ପାଇକରାଏ , ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସ୍ୱୀକୃତି ପ୍ରାପ୍ତ ତାଲିମ ଦାତା ୩ ଦିନ ଉକ୍ତ ତାଲିମକୁ ପରିଚାଳନା କରିବେ। ଏହି ତାଲିମ ଶିବିର ଅକ୍ଟୋବର ତା୧୮ ରିଖ ଠାରୁ ୨୦ ତାରିଖ ୩ ଦିନ ଧରି ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ଝାମି , ଜୀବା , ତରଙ୍କାଡ଼ା , ନାମନଗଡ଼ ପଞ୍ଚାୟତର ମୋଟ ୪୦ରୁ ଉର୍ଦ୍ଧ୍ୱ ୱାର୍ଡ ମେମ୍ବର ଆବାସିକ ତାଲିମରେ ଯୋଗଦେଇ ପ୍ରଶିକ୍ଷଣରେ ଅଶ ଗ୍ରହଣ କରିଛନ୍ତି।
ଏହି ୩ ଦିନିଆ ତାଲିମରେ ମୁଖ୍ୟତଃ :- ୫-ଟି , ମୋ ସରକାର , ସୁଶାସନ ବ୍ୟବସ୍ଥା , ସଶକ୍ତ ଗ୍ରାମ ସଭା , ଗ୍ରାମ ପଞ୍ଚାୟତ ବୈଠକ , ସ୍ଥାୟୀ କମିଟି ଗଠନ , ଗ୍ରାମ ପଞ୍ଚାୟତର କ୍ଷମତା , ପଞ୍ଚୟତର ନିଜସ୍ୱ ସମ୍ବଳ , ପଲ୍ଲୀ ସଭା , ଗ୍ରାମ ସଭା , ସରକାରଙ୍କ ଯୋଜନା ଯଥା ମହାତ୍ମାଗାନ୍ଧୀ ନରେଗା , ପାନୀୟଜଳ ଓ ପରିମଳ , ଗ୍ରାମୀଣ ବାସଗୃହ ଅର୍ଥ କମିଶନ , ଦୀର୍ଘସ୍ଥାୟୀ ବିକାଶ ଲକ୍ଷ , ଗ୍ରାମ ପଞ୍ଚାୟତ ବିକାଶ ଯୋଜନା , ମିଶନ ଶକ୍ତି , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ , ସାମାଜିକ ସୁରକ୍ଷା , ଇ-ପ୍ରଶାସନ ବ୍ୟବସ୍ଥା ବିଷୟରେ ତାଲିମ ଦିଆଯାଇଥିଲା।
ରାଜ୍ୟ
ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
- Hits: 444








