ଏନ୍ଫୋର୍ସମେଣ୍ଟ କୁ ଅଧିକ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ l
ସୁବର୍ଣ୍ଣପୁର( ପ୍ରକାଶ କମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ସାହୁ , ଜିଲ୍ଳା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ,କନିଷ୍ଠ ଏମ ଭି ଆଇ,ଏସ ଡି ଓ ଆର ଏଣ୍ଡ ବି, ସୋନପୁର,ବରିଷ୍ଠ ସହାୟକ ଜିଲ୍ଳା ଶିକ୍ଷା ବିଭାଗର ମଦନ ଗୋପାଳ ନାଏକ,ବିଭାଗୀୟ ଅଧିକାରୀ, ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ପରିଚାଳନା ଉପରେ ଆଲୋଚନା କରିଥିଲେ l ବିଶେଷ ଭାବେ ଜିଲ୍ଲl ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥ ରେ ଥିବା ବୁଲାଣୀ ଓ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ବିଶେଷ ସୂଚନା ଫଳକ ସହ ଆଲୋକୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି lବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଯାନବାହାନ ଗୁଡିକ ମୋଟର ଯାନ ଆଇନ ମୁତାବକ ବ୍ୟବସ୍ଥିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହିତ ନାବାଳକ ଛାତ୍ର ଛାତ୍ରୀ ଙ୍କ ଗାଡିଚାଳନା ଉପରେ ଆବଶ୍ୟକ ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା l ୧୬ ବର୍ଷ ର ଛାତ୍ର ଛାତ୍ରୀ ସ୍କୁଟି ଚାଳନା କରି ପାରିବେ,ମାତ୍ର ଏଥି ନିମନ୍ତେ ଡ୍ରାଇଭିଂଗ ଲାଇସେନ୍ସ ଦରକାର l ସେହିପରି ୧୮ବର୍ଷ ରୁ ଉର୍ଦ୍ଧ ବୟସର ଛାତ୍ର ଛାତ୍ରୀ ଗୀୟର ଗାଡି ଚଳାଇ ପାରିବେ ଓ ଏଥି ନିମନ୍ତେ ମଧ୍ୟଗାଡି ଲାଇସେନ୍ସ ଅପରିହାର୍ଯ୍ୟ ରହିଛିl ଛାତ୍ର ଛାତ୍ରୀ ଗାଡି ଚାଳନା କୁ ଅଭିଭାବକ ସହ ସ୍କୁଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ଏଥି ନିମନ୍ତେ ସ୍କୁଲ ଓ ମହାବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଚେତନତା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି l ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ରେ ସୂଚନା ଫଳକ ଓ ସ୍ପିଡ଼ ବ୍ରେକର ଲଗାଇବାକୁ ଅଧିକାରୀ ଙ୍କୁ ପରାମର୍ଶ ଦେବାକୁ ବୈଠକରେ ଆଲୋଚନା ଜରାଯାଇଛି l ଏତଦ ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ତଥା ପୋଲିସ ପ୍ରଶାସନ ସହ ମିଳିତ ଭାବେ ଜୋରଦାର ଚଢ଼ାଉ ଉପରେ ଗୁରୁତ୍ଵାରୋପ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ l








