ହେଡଲାଇନସ୍:

ଭଟଲି ଜନସମ୍ପର୍କ ପଦଯାତ୍ରା ରେ ସାମିଲ ହେଲେ ରେକର୍ଡ ସଂଖ୍ୟାରେ ମାତୃଶକ୍ତି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ଙ୍କର ଦ୍ୱାରା ଜନସାଧାରଣ ବିକାଶ ଓ ମଙ୍ଗଳ ପାଇଁ କରାଯାଉଥିବା ସମସ୍ତ ଯୋଜନା ଓ କାର୍ଯ୍ୟକୁ ସିଧାସଳଖ ଜନସାଧାରଣଙ୍କୁ ଅବଗତ କରେଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳ ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ନେତୃତ୍ଵରେ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲ୍ଲା ଠାରୁ ନୂଆଁପାଲି ପର୍ଯ୍ୟନ୍ତ ଜନ ସଂପର୍କ ପଦଯାତ୍ରା ଆୟୋଜନ ହୋଇଥିଲା । ପଦଯାତ୍ରା ପରିଶେଷରେ ନୂଆଁପାଲି ଠାରେ ଆୟୋଜିତ ଜନସଭାରେ ବିଧାୟକ ଭଟଲି, ସୋହେଲା ଓ ଅମ୍ବାଭୋନା ବ୍ଲକରେ ହୋଇଥିବା ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ହଜାର ହଜାର ଜନତାଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଙ୍କର ସମେତ , ବହୁ ସଂଖ୍ୟା ରେ ଦଳୀୟ କର୍ମୀ ସାଧାରଣ ଜନତା , ଭଟଲି ବ୍ଲକ ଅଧ୍ୟକ୍ଷ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault