ନୟାଗଡ : ନୟାଗଡ଼(ବିଶ୍ଵଜିତ ନାୟକ) - ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ଙ୍କର ଦ୍ୱାରା ଜନସାଧାରଣ ବିକାଶ ଓ ମଙ୍ଗଳ ପାଇଁ କରାଯାଉଥିବା ସମସ୍ତ ଯୋଜନା ଓ କାର୍ଯ୍ୟକୁ ସିଧାସଳଖ ଜନସାଧାରଣଙ୍କୁ ଅବଗତ କରେଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳ ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି । ଏହି କ୍ରମରେ ନୟାଗଡ଼ ବ୍ଲକ ଓ ପୌର ପରିଷଦ ବିଜୁ ଜନତା ଦଳ ଆନୁକୁଲ୍ୟରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ବିଜେଡି କାର୍ୟ୍ୟାଳୟଠାରୁ ଆରମ୍ଭ କରି ନୟାଗଡ଼ ପାଖ କଲିମି ତୋଟାଠାରେ ଶେଷ ହୋଇଥିଲା । ଉକ୍ତ ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ନୟାଗଡ଼ ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ଦଳୀୟ କାର୍ୟ୍ୟକର୍ତ୍ତା ସାମିଲ ହୋଇଥିଲେ। ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ଗଡ଼ ଭାବେ ପରିଚୟ ଲାଭ କରିଛି ଏବଂ ଓଡ଼ିଶାର ବିକାଶ ପାଇଁ ବିଜେଡିକୁ ଶକ୍ତିଶାଳୀ କରିବା ଉପରେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ଜନ କଲ୍ୟାଣ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ୟ୍ୟନ୍ତ ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରୁଥିବା, ମହିଳାଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ଯୋଜନା ପ୍ରଣୟନ କରିଥିବା, ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ୟ୍ୟକାରୀ କରିଥିବା ଅତିଥିମାନେକହିଥିଲେ। ସାରା ଦେଶରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ନବୀନଙ୍କ ପାଇଁ ଓଡ଼ିଶା ବହୁ ପାକୃତିକ ବିପର୍ୟ୍ୟୟର ସାମ୍ନା କରି ମଧ୍ୟ ବିକାଶ ଦିଗରେ ଅଗ୍ରସର ହୋଇଥିବା ବକ୍ତବ୍ୟରେ କହିଛନ୍ତି। ଜନସଂପର୍କ ପଦଯାତ୍ରା ମାଧ୍ୟମରେ ବିଜେଡି ଲୋକଙ୍କନିକଟତ୍ତର ହୋଇଥିବା ଜଣାଯାଇଛି।
ଏହି କାର୍ୟ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁଙ୍କ ସମେତ ଅନେକ ମହିଳା, ଯୁବ ଓ ଛାତ୍ର ସାମିଲ ହୋଇଥିଲେ।