ବରଗଡ :- ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଡ଼ ଏଡ଼ ଆକ୍ସନ , ୟୁନିସେଫ , ବରଗଡ଼ ପୋଲିସ ତରଫରୁ ପାଇକମାଲ ବ୍ଲକ ଦଶ ଗୋଟି ଗ୍ରାମପଞ୍ଚାୟତ ରେ ଆଜି ଶିଶୁ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ ର ସୁଭାରମ୍ବ ଆଜି ମାଣ୍ଡିଆଢ଼ିପା ଗ୍ରାମପଞ୍ଚାୟତ ରୁ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ କୁ ବରଗଡ଼ ପୋଲିସ ଅଧିକ୍ଷକ ଶ୍ରୀ ପୁରୁଷୋତ୍ତମ ଦାସ ସ୍ମିଥ ପରମାର ଉଦ୍ଘାଟନ କରିଥିଲେ ।
ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳର ରୁ ବହୁ ସଂଖ୍ୟାରେ ଲୋକ ବାହାର ରାଜ୍ୟକୁ କାମ କରିବାକୁ ଯାଇଥାନ୍ତି । ବାହାର ରାଜ୍ୟକୁ କାମ କରିବାକୁ ଯିବା ପାଇଁ କୋଣସି କଟକଣା ନାହିଁ କିନ୍ତୁ ନିଜର ସୁରକ୍ଷା ଦୃଷ୍ଟିରୁ ସରକାର ଙ୍କର ନିୟମ ମୁତାବକ ଗଲେ ଅନେକ ସମସ୍ୟାର ତୁରନ୍ତ ସମାଧାନ ହୋଇ ପାରିବ । ଏହି ଅଂଚଳରୁ ଅନେକ ଶ୍ରମିକ ପଡୋଶୀ ତେଲେଙ୍ଗାନା , ଆନ୍ଦ୍ରପ୍ରଦେଶ ଓ ଅନ୍ୟ ରାଜ୍ୟ ମାନଙ୍କୁ ଯାଇଥାନ୍ତି । ବେଆଇନ ଭାବରେ ଦଲାଲ ମାନଙ୍କ ଦ୍ୱାରା କାମ କରିବାକୁ ଯାଇଥିବା ଶ୍ରମିକ ମାନେ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ନିର୍ଯାତିତ ହେଉଥିବା ଖବର ପ୍ରତେକ ଦିନ ଶୁଣିବାକୁ ମିଳିଥାଏ । ଏହାସହିତ ବାହାର ରାଜ୍ୟ ମାନଙ୍କରେ ଶିଶୁ ମାନଙ୍କୁ ମଧ୍ୟ ଅନେକ ପ୍ରକାର ନିର୍ଯାତନା ଦିଆଯାଉଥିବା ପ୍ରମାଣ ରହିଛି । ଏହି ସବୁ ସମସ୍ୟାକୁ ଏଡ଼ାଇବା ପାଇଁ , କଣ କେମିତି କରାଯିବ , ଅନ୍ୟ ରାଜ୍ୟକୁ କାମ କରିବାକୁ ଗଲେ ପୂର୍ବରୁ କଣ କରିବାକୁ ହେବ , ସେଠାରେ କୋଣସି ସମସ୍ୟା ହେଲେ କେମିତି ତାର ସମାଧାନ କରାଯିବ , ଏହି ସଚେତନତା କାର୍ଯକ୍ରମ ମାଧ୍ୟମରେ ଆଲୋଚନା , କର୍ମଶାଳା କରାଯାଉଛି । ଆଜି ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ମଙ୍ଗଳ ଅଧିକାରୀ , ସିଡିପିଓ , ସ୍ଥାନୀୟ ସରପଞ୍ଚ , ସ୍ଥାନୀୟ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ବରଗଡ଼ ପୋଲିସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଶିଶୁ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ
- Hits: 500