ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର ସିଂହ ଜଗତସିଂହପୁର ସହରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହସ୍ପିଟାଲଗୁଡିକୁ ଯୁଗ୍ମ ପରିଦର୍ଶନ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ପ୍ରଥମେ ତରଡ଼ାପଡାର ଶ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ l ପରେ ଦେଉଳି ଗ୍ରାମେଶ୍ବରରେ ଆରୋଗ୍ୟ ହସ୍ପିଟାଲ, ମେଡିକାଲ ରୋଡ଼ରେ ସନ ହସ୍ପିଟାଲ, ପାଣିଶାଳିଆରେ ପିଓରଉଏଲ ହସ୍ପିଟାଲ ଓ ସ୍ୱାସ୍ତିକ ନର୍ସିଂହୋମ ପରିଦର୍ଶନ କରିଥିଲେ l ଜିଲ୍ଲାପାଳଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର ସିଂହ ଉପସ୍ଥିତ ଥିଲେ l ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀମାନଙ୍କୁ ଉକୃଷ୍ଟ ସେବା ପ୍ରଦାନ କରାଯାଇଛି ନାହିଁକି ସେହି ସଂପର୍କରେ ସ୍ୱାସ୍ଥ୍ୟ ମିତ୍ର ଓ ରୋଗୀମାନଙ୍କୁ ପଚାରି ବୁଝିଥିଲେ l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାଫ୍ଟଓୟାରରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ କାର୍ଡ କିପରି ବ୍ଲକିଂ କରାଯାଉଛି ସେ ସଂପର୍କରେ ସ୍ୱାସ୍ଥ୍ୟମିତ୍ରଙ୍କଠାରୁ ପଚାରି ବୁଝିଥିଲେ l ହସ୍ପିଟାଲଗୁଡିକର କେସ୍ ରେକର୍ଡ, ଇଣ୍ଡୋର ରୋଗୀଙ୍କର ରେଜିଷ୍ଟ୍ରର ଦେଖୁଥିଲେ l ପି.ଓ.ଏସ୍ ଏବଂ ଇରିସ୍ ମେସିନ୍ର କାର୍ଯ୍ୟକାରିତା ଦେଖୁଥିଲେ ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ ସେପ୍ଟେମ୍ବର ୨୦୨୧ ଠାରୁ ୧୨ ସେପ୍ଟେମ୍ବର -୨୦୨୨ ପର୍ଯ୍ୟନ୍ତ ମୋଟ୍ ୩୯,୧୨୮ ଜଣ ଉପକୃତ ହୋଇଛନ୍ତି । ସେଥିମଧ୍ୟରୁ ଜିଲ୍ଲାରେ ୧୦,୫୫୭ ଜଣ, ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୮,୫୫୪ ଜଣ ଏବଂ ଓଡିଶା ବାହାରେ ୧୭ ଜଣ ବ୍ୟକ୍ତି ଉପକୃତ ହେଇଛନ୍ତି l ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୮୯୫ ଜଣ ଅନ୍ୟାନ୍ୟ ବି. ଏସ.କେ. ୱାଇ ତାଲିକାଭୁକ୍ତ ହସ୍ପିଟାଲକୁ ରେଫର ହୋଇଛନ୍ତି l ଜଗତସିଂହପୁର ଜିଲ୍ଲାରେ ୧୫ ଟି ପ୍ରାଇଭେଟ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି l ଏତତବ୍ୟତୀତ ବି.ଏସ. ୱାଇ ଯୋଜନାରେ ପ୍ରଚାର ପ୍ରସାର ନିମନ୍ତେ ଲିଫଲେଫ୍ଟ ଘରେ ଘରେ ବଣ୍ଟନ କରାଯାଇଛି l ବି. ଏସ. ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟ ଜାରି ରହିଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ବି. ଏସ.କେ.ୱାଇ ହୋଡିଂ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଛି l ମିଶନଶକ୍ତି ମହିଳା, ଆଶା, ଅଙ୍ଗନବାଡିକର୍ମୀ, ସ୍ୱାସ୍ଥ୍ୟକର୍ମୀ, ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ସ୍ୱାସ୍ଥ୍ୟ ସଚେତନା ରଥ ପରିକ୍ରମା, ତାଲିକାଭୁକ୍ତ ହସ୍ପିଟାଲ ମାନଙ୍କରେ ବି.ଏସ.କେ.ୱାଇ ହେଲ୍ପଡେସ୍କ ସ୍ଥାପନ କରାଯାଇଛି l ପ୍ରାଇଭେଟ ହସ୍ପିଟାଲମାନଙ୍କରେ ସ୍ୱାସ୍ଥ୍ୟମିତ୍ର ନିଯୁକ୍ତି କରାଯାଇଛି l
ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ନୋଡାଲ ଅଫିସର ବି.ଏସ.କେ.ୱାଇ ଡଃନିମାଇଁ ଚରଣ ନାୟକ, ଜିଲ୍ଲା କୋଅରଡିନେଟର ବି. ଏସ.କେ.ୱାଇ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l