ନିଆଁ ରେ ପୋଡ଼ି ହୋଇଗଲେ ୭୨ବର୍ଷୀୟା ଅତିରୁନ ବିବି
ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ୭୨ବର୍ଷିୟା ବୃଦ୍ଧା ଅତିରୁନ୍ ବିବି ନିଆଁରେ ପୋଡ଼ିହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ପରିବାରବର୍ଗ ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧକୁ ରକ୍ଷା କରି ଓଡ଼ିଶା ମୋ ପରିବାର ପକ୍ଷରୁ ପିପିଲି ବିଧାୟକ ଶ୍ରୀ ରୁଦ୍ର ମହାରଥୀଙ୍କ ସହିତ ଆଲୋଚନା କରାଯାଇ ତାଙ୍କୁ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା । ଦୁର୍ଭାଗ୍ୟବଶତଃ, ସେ ଗତ ଅକ୍ଟୋବର ୧୭ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଶୋକସନ୍ତପ୍ତ ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ଅତିରୁନ୍ ଙ୍କର ମୃତଶରୀର ତାଙ୍କ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ । ଅସହାୟ ହୋଇ ସେମାନେ ପୁନର୍ବାର ଓଡ଼ିଶା ମୋ ପରିବାରକୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଅତିରୁନଙ୍କ ମୃତ ଶରୀର ତାଙ୍କ ଗ୍ରାମକୁ ପଠାଇବା ପାଇଁ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା । ଏ ସମସ୍ତ ପ୍ରକ୍ରିୟାକୁ ସମ୍ ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଆଲୋକ ସାହୁ ସଂଯୋଜନା କରିଥିଲେ ।
ମୃତା ମହିଳାଙ୍କ ପରିବାର ସଦସ୍ୟମାନଙ୍କୁ ଚିକିତ୍ସା ଠାରୁ ଆରମ୍ଭ କରି ଶେଷକୃତ୍ୟ ସମ୍ପନ୍ନ ପାଇଁ ଗ୍ରାମକୁ ଫେରିବା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।