ହେଡଲାଇନସ୍:

“ବିଶ୍ୱ ଓଡ଼ିଆ ସମ୍ମିଳନୀ:ଓଡ଼ିଆ ଲୋକଙ୍କର ଏକ ପ୍ରକୃଷ୍ଟ ମଞ୍ଚ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଡ଼ିସେମ୍ବର ୨୨ ଓ ୨୩ ତାରିଖରେ ଦିଲ୍ଲୀ ଠାରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ବୋଲି ମେ’ ଫେୟାର କନଭେନସନଠାରେ ସମ୍ମିଳନୀର ୱେବସାଇଟ୍ ଓ ମୋବାଇଲ ଆପ୍ଲିକେସନ୍ ଉନ୍ମୋଚନ ଅବସରରେ ସଭାପତି ଡ଼ଃ ମୁରଲୀ ମନୋହର ଶର୍ମା ସୂଚନା ଦେଇଛନ୍ତି  । ବିଶ୍ୱର କୋଣ ଅନୁକୋଣରେ ଥିବା ଅନେକ ଓଡ଼ିଆ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ସେ ପ୍ରକାଶ କରିଥିଲେ  । ଚିକିତ୍ସା ବିଜ୍ଞାନ ଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି ତଥା ଅନ୍ୟାନ୍ୟ ଗବେଷଣା କ୍ଷେତ୍ରରେ ଓଡ଼ିଆଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ  । ସମ୍ମିଳନୀର ପ୍ରମୁଖ ଡ଼କ୍ଟର ସୀତାକାନ୍ତ ଦାସ, ଏହାକୁ ଓଡ଼ିଆ ଲୋକଙ୍କର ଏକ ପ୍ରକୃଷ୍ଟ ମଞ୍ଚ ରୂପେ ଅଭିହିତ କରିଥିଲେ  ।

ଆମେରିକା, କାନାଡ଼ା, ଅଷ୍ଟେ୍ରଲିଆ, ଇଂଲଣ୍ଡ ଓ ଅନ୍ୟାନ୍ୟ ଅନେକ ଦେଶରୁ ଓଡ଼ିଆମାନେ ଏଠାକୁ ଆଣିବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ସମ୍ମିଳନୀର ଆବାହକ ତଥା ବରିଷ୍ଠ  ସାମ୍ବାଦିକ ଶ୍ରୀ କିଶୋର ଦ୍ୱିବେଦୀ କହିଥିଲେ  । ଓଡ଼ିଶାର ଐତିହାସିକ ନୃତ୍ୟ, ସଙ୍ଗୀତ ପରିବେଷଣ ସହିତ ଆମ ରାଜ୍ୟର ସମୃଦ୍ଧ ସଂସ୍କୃତି ଉପରେ କାର୍ଯ୍ୟକ୍ରମ ମାନ ଏହି ସମ୍ମିଳନୀକୁ ବେଶ୍ ଉପଭୋଗ୍ୟ କରିବ ବୋଲି ସେ  ଆଶା ପୋଷଣ କରିଛନ୍ତି  ।

ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼କ୍ଟର କମଳ ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ଡ଼କ୍ଟର ବିମଳେନ୍ଦୁ ମହାନ୍ତି, ଡ଼କ୍ଟର ଗୋପିନାଥ ମହାନ୍ତି, ସମ୍ମିଳନୀର ଆନ୍ତର୍ଜାତିକ ସଂଯୋଜକ ଡ଼ଃ ଚିଦାତ୍ମିକା ଖଟୁଆ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇ ଥିଲେ  । ମରିସସ୍, ଶ୍ରୀଲଙ୍କା, ଇଣ୍ଡୋନେସିଆ, ମାଲୟେସିଆ, ଫିଜି, ୱେଷ୍ଟଇଣ୍ଡିଜ୍ ଇତ୍ୟାଦି ଦେଶରେ ଥିବା ଓଡ଼ିଆଙ୍କୁ ଏହି ସମ୍ମିଳନୀରେ ସାମିଲ କରିବା ଉପରେ ଶ୍ରୀ ଅନୀଲ ଧିର ଗୁରୁତ୍ୱାରୋପ କରିଥିଲେ  ।   

 

0
0
0
s2sdefault