ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଷଷ୍ଠ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ହୋଯାଇଅଛି । ପ୍ରଥମ ପ୍ରଯ୍ୟାୟରେ ଗୁମ୍ମା ଓ କାଶୀନଗର ବାଳକ ଟିମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ କାଶୀନଗର ବାଳକ ଟିମ୍ ୨/୧ ରେ ବିଜେତା ହୋଇଛନ୍ତି।
ଦ୍ୱିତୀୟ ପ୍ରଯ୍ୟାୟରେ ମୋହନା ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ମୋହନା ବାଳିକା ଟିମ୍ ୩/୨ ଗୋଲ ସୁଟ ଓଉଟରେ କୃତକାର୍ଯ୍ୟ ହୋଇଥିଲା।
ଏହି ଦିବସରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ , ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଏସ. ଭି. ଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତିରୁମାଲା ରାଓ ପଟ୍ଟନାୟକ , ପାରଳାଖେମୁଣ୍ଡି ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ , ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ଆଇ. ପି ସୁରେନ୍ଦ୍ର ପାତ୍ର , ଆମ୍ପୋଲୁ ରବି କୁମାର , ଅମୁଲ୍ୟ ପାଣିଗ୍ରାହୀ , ଦିଲୀପ କୁମାର ବାଗସିଂ , ଲିଙ୍ଗ ରାଜ ସାହୁ , ଧିରେନ କୁମାର ସାମଲ , କାଳିଆ ପ୍ରଧାନ , କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଲିପ୍ସା ମିଶ୍ର ଓ ତାଙ୍କ ଟିମ FIRST AID ବ୍ୟବସ୍ଥା କରିଥିଲେ।
ରାଜ୍ୟ
ଷଷ୍ଠ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
- Hits: 420