ଝାରବନ୍ଧ-ମନୋହର ଦାଶ: ମହିଳା ତଥା ନାରୀ ମାନଙ୍କୁ ଆତ୍ମନିର୍ଭରଶିଲ ତଥା ସଶକ୍ତ ଝିଅ ଓ ସମସ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟ ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର, ଝାରବନ୍ଧ ଥାନା ପୋଲିସ ପ୍ରସାଶକ ପକ୍ଷରୁ ଆରମ୍ଭ ହୋଇ ଥିବା ବିରଙ୍ଗନା କାର୍ଯ୍ୟକ୍ରମରେ ଝାରବନ୍ଧ ଥାନା-ଅମଠି, ଝାରବନ୍ଧ, ତୁର୍ଲା, ଭଣ୍ଡାରପୁରୀ, କୁରଲୁପାଲି, କନ୍ଦାଡଙ୍ଗର, ଡ଼ଭା ଉଚ୍ଚବିଦ୍ୟାଳୟ ଜଗଦଲପୁର ଥାନା -ଚଣ୍ଡୀଭଟା, ଗୌଡ଼ମାଳ, କୁମୀର, ଡୁଙ୍ଗରିପାଲି 2492 ଜଣ ଶିକ୍ଷାର୍ଥୀ ସାମିଲ ହୋଇ ତାଲିମ ନେଇଥିଲେ l
ବରଗଡ଼ ଏସ. ପି ଶ୍ରୀ ସ୍ମିଥ ପି, ପରମାର ଦାସ ଙ୍କ ନିର୍ଦେଶ କ୍ରମେ ପଦ୍ମପୁର ଏସ. ଡି. ପି. ଓ ଶ୍ରୀ ବିଭୁତିଭୂସଣ ଭୋଇ ଏବଂ ଜଗଦଲପୁର ଥାନା ଆଇ. ଆଇ. ସି ସୁଷମା କୁଅଁର, ଏ. ଏସ. ଆଇ ପ୍ରଦୀପ ପାଣି, ହାବିଲଦାର ଜିତେନ୍ଦ୍ର ଦାଶ ଝାରବନ୍ଧ ଥାନା ଆଇ ଆଇ ସି ଦିଲୀପ ବେହେରା, ଏ. ଏସ. ଆଇ ଜଗା ବରିହା ଙ୍କ ତତ୍ତ୍ଵlବଧାନ ରେ ଛାତ୍ରୀ ଙ୍କୁ ଆତ୍ମରକ୍ଷା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲା l ସବୁକ୍ଷେତ୍ର ରେ ଵର୍ତମାନ ନାରୀମାନେ କାର୍ଯ୍ୟରତ ଥିବାରୁ ଅନେକ ସମୟ ରେ କିଛି ଅସାଧୁ ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି l ତେଣୁକରି ମହିଳା ସଶକ୍ତି କରଣ ଆତ୍ମନିର୍ଭରଶୀଳ ଛାତ୍ରୀ ମାନଙ୍କ ମଧ୍ୟରେ ସୁରକ୍ଷା ଆତ୍ମ ବିଶ୍ୱାସ ଶୃଙ୍ଖଳିତ ଜୀବନ ସୁସ୍ଥ ଓ ସ୍ଵଳ ଲିଙ୍ଗଗତ ଭେଦ ଭାବ ଦୂରୀକରଣ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଦକ୍ଷ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ମାଗଣା ରେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି l ଯେମିତି ଝିଅ ମାନେ କିପରି ଭାବରେ ନିଜକୁ ଶତ୍ରୁ କବଳ ରୁ ବଞ୍ଚେଇ ପାରିବେ ଏବଂ ଅନ୍ୟ ମାନଙ୍କୁ ପ୍ରଶିକ୍ଷଣ ଦେଇପାରିବେ l ପୋଲିସ ପ୍ରଶାସନ ତରଫରୁ ହେଉଥିବା ଏହି ମହିଳା ଆତ୍ମ ରକ୍ଷା କର୍ମଶାଳା ରେ ଯୋଗ ଦେଇଥିବା ଛାତ୍ରୀମାନେ ଖୁବ ଆଗ୍ରହ ସହିତ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ପୋଲିସ ପ୍ରଶାସନ ର ଏଭଳି ମହତ କାମ ପାଇଁ ଧନ୍ୟବାଦ ଜଣାଇଛନ୍ତି l
ବରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଲିଳିମା ପ୍ରଧାନ, ସବିତା ପ୍ରଧାନ, ଲିଳିମା ନାଏକ, ସରସ୍ୱତୀ ଡନସନା, କୌଶଲ ଖାଡ଼ିଆ, ନିରୁପମା ଭୋଇ, ଲକ୍ଷ୍ମୀରାଣୀ କୁଅଁର, ସୁରେଶ ତାଣ୍ଡି, ଚନ୍ଦ୍ରମା ଦାସ, ରୀନା ପୂରଲିଆ, ପ୍ରଭାତି ସାହୁ, ପାର୍ବତୀ ନାଏକ, ସମାରି ଭୁଏ ଗୋଦାବରୀ ଭୁଏ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ l
ରାଜ୍ୟ
ଜଗଦଲପୁର -ଝାରବନ୍ଧ ରେ 2492 ଶିକ୍ଷାର୍ଥୀ ଙ୍କ ପୋଲିସ ପକ୍ଷ ରୁ ବିରାଙ୍ଗନା କାର୍ଯ୍ୟକ୍ରମ l
- Hits: 267