ଭାରତରେ କ୍ଷୁଧା ସ୍ତର ଗୁରୁତର : ରିପୋର୍ଟ
ନୂଆଦିଲ୍ଲୀ : ଭାରତ ୧୨୧ ଟି ଦେଶର ବିଶ୍ୱ କ୍ଷୁଧା ସୁଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (GHI) 2022 ରେ 107 ତମ ସ୍ଥାନକୁ ଖସି ଆସିଛି | ୨୦୧୧ ମସିହାରେ ଭାରତର ସ୍ଥାନ ୧୦୧ରେ ରହିଥିଲା | ଆଇରୀସ ସହାୟତା ଏଜେନ୍ସି କନସରନ ୱାର୍ଲଡ ୱାଇଡ଼ ଏବଂ ଜର୍ମାନ ସଂଗଠନ ୱେଲ୍ଟ ହଙ୍ଗର ଲାଇଫ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତରେ କ୍ଷୁଧା ସ୍ତର ଗୁରୁତର ବୋଲି କୁହାଯାଇଛି। ୨୦୨୧ ମସିହାରେ ଭାରତ ୧୧୬ ଟି ଦେଶ ମଧ୍ୟରୁ ୧୦୧ ସ୍ଥାନ ପାଇଥିଲା | ବର୍ତ୍ତମାନ ତାଲିକାରେ ୧୨୧ ଦେଶ ଥିବାବେଳେ ଏହା ୧୦୭ ତମ ସ୍ଥାନକୁ ଖସି ଆସିଛି। ପଡୋଶୀ ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ ପଛରେ ଭାରତ ରହିଥିବା ରିପୋର୍ଟ ରେ କୁହାଯାଇଛି | ଶ୍ରୀଲଙ୍କା ୬୪ ନମ୍ବରରେ ଥିବା ବେଳେ ନେପାଳ ୮୧ତମ , ବାଂଲାଦେଶ ୮୪ ତମ ଓ ପାକିସ୍ତାନ ୯୯ ତମ ସ୍ଥାନରେ ରହିଛନ୍ତି |