ହେଡଲାଇନସ୍:

ସିରସ୍ତା ଗ୍ରାମରେ ମା ଗଜଲକ୍ଷ୍ମୀ ୪୮ ତମ ପୂଜା ମହା ଆଡମ୍ବର ସହିତ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ ସାମନ୍ତରାପୁର ପଂଚାୟତ ସିରସ୍ତା ଗ୍ରାମରେ ମା ଗଜଲକ୍ଷ୍ମୀଙ୍କ ୪୮ ତମ ପୂଜାର୍ଚନା ମହା ଧୂମଧାମ ସହିତ ଅନୁଷ୍ଠିତ ହୋଇଯାଇଛି l ଏହି ପୂଜା ୧୦ ତାରିଖ ରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଆୟୋଜନ କରାଯାଇଛି l ପ୍ରତ୍ୟେକ ସନ୍ଧ୍ୟା ରେ ମା ଙ୍କର ପୂଜା ଵିଧି ସହିତ ସନ୍ଧ୍ୟା ଆଳତୀ ସମୟରେ ହଜାର ହଜାର ଅଗଣିତ ଶ୍ରଦ୍ଧାଳୁମନେ ମା ଙ୍କ ଦର୍ଶନକରିବା ସହିତ ଆଶୀର୍ବାଦ ଭିକ୍ଷା ଲାଭ କରିଥାନ୍ତି l ଆଳତୀ ସମୟରେ ଗଜ ଲକ୍ଷ୍ମୀ ସାଂସ୍କୃତିକ ପରିଷଦ ର କର୍ମ କର୍ତ୍ତା ମାନଙ୍କ ଦ୍ୱାରା ଘଣ୍ଟ ଘଣ୍ଟା, ଭଜନ କୀର୍ତ୍ତନ ରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ. କରୋନା ପାଇଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିଲା l ଦୀର୍ଘ ଦୁଇ ବର୍ଷ ପରେ ମା ଙ୍କ ର ଏହି ପୂଜା ଅନୁଷ୍ଠିତ ହୋଇଥିବାରୁ ସିରସ୍ତା ଗ୍ରାମର ଆବାଳ ବୃଦ୍ଧ ବନିତା ଭେଦ ଭାବ ଭୁଲି ଏକ ହୋଇ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି l ମା ଙ୍କର ଏହି ପୂଜା ସିରସ୍ତା ଗ୍ରାମର ଭାଇଚାରା ଉଜୀବିତ କରିପାରିଛି ବୋଲି ଗ୍ରାମବାସୀ ଉତ୍କଣ୍ଠାର ସହ କହିଛନ୍ତି l ପ୍ରତ୍ୟେକ ଦିନ ଦୁଇ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି. ସନ୍ଧ୍ୟା ଆଳତୀ ସମୟରେ ଅଗଣିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖେଚୁଡ଼ି ପ୍ରସାଦ ବଣ୍ଟନ କରାଯଇଥାଏ l କର୍ତ୍ତା ଭାବେ ଅଦୈତ କୁମାର ସାହୁ ତୁଲାଉଥିବା ବେଳେ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ମନେ ସୁପରିଚାଳନା କରିଥିଲେ. ଆସନ୍ତା ୧୬ ତାରିଖ ଦିନ ମା ଙ୍କର ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି l

0
0
0
s2sdefault