ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ୪ର୍ଥ ଦିବସ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୪ର୍ଥ ଦିବସରେ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯୟରେ କାଶୀନଗର ବନାମ ଗୋଷାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କାଶୀନଗର ବାଳକ ଟିମ୍ ୪/୧ ଗୋଲ କରି ବିଜେତା ହୋଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ୍ ଓ ରାୟଗଡା ଗଜପତି ଟିମ୍ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପାରଳାଖେମୁଣ୍ଡି ପୌର ପାଳିକା ଟିମ୍ ବିିଜୟୀ ହୋଇଛନ୍ତି।
ଆଜିର ଦିବସରେ ଅଥିତି ଭାବେ ପି. ଏ. ଆଇ. ଟି ଡ଼ି ଏ ଫାଲଗୁନି ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ , ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁନିତା ପାଣିଗ୍ରାହୀ , ମହାରାଜ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ , ଡ଼. ପତିତ ପାବନ ବାରିକ ଉପସ୍ଥିତ ଥିବାବେଳେ ଆଇ. ପି ସୁରେନ୍ଦ୍ର ପାତ୍ର , ଅମୁଲ୍ୟ ପାଣିଗ୍ରାହୀ , ପ୍ରମୋଦ ଚନ୍ଦ୍ର ପାଢ଼ୀ , ଏସ୍ .ତିରୁପତି , କିଶୋର ଦାଶ , ଏସ୍. ଏଲ୍.ରାଓ ପ୍ରମୁଖ ପରିଚାଳନା କରିଥିଲେ।

0
0
0
s2sdefault