ଶ୍ରଦ୍ଧାଞ୍ଜଳୀ ପାଇଁ ବିଜେଡି ଅଫିସରେ ପାର୍ଥିବ ଶରୀର: ଆସନ୍ତା କାଲି ହେବ ଅନ୍ତିମ ସଂସ୍କାର
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ପାର୍ଥିବ ଶରୀର ଆଜି ସନ୍ଧ୍ୟା ସମୟରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ରୁ ପଦ୍ମପୁର କୁ ପହଂଛି ଥିଲା । ପଦ୍ମପୁର ଶାସ୍ତ୍ରୀ ଛକ
ନିକଟରେ ଅପେକ୍ଷା କରିଥିବା ହଜାର ହଜାର ସଂଖ୍ୟାରେ ବିଜୟ ପ୍ରେମୀ ଙ୍କର ଗହଣରେ ବିଜୟ ସିଂ ବାରିହା ଅମର ରହେ ନାରାରେ ମୃତଦେହ ବିଜୁ ଜନତା ଦଳ ଅଫିସରେ ପହଂଛି ଥିଲା । ଏହାପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ବିଜୟ ପ୍ରେମୀ ନିଜର ପ୍ରିୟ ନେତା ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଦଳ ମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବିଜୁ ଜନତା ଦଳ ଅଫିସ କୁ ଆସି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସ୍ବର୍ଗତ ବିଜୟ ବାବୁ ଙ୍କର ପୁତ୍ର ଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଆଜି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ , ବିଜୟ ବାବୁ ଙ୍କର ମର ଶରୀର ପଦ୍ମପୁର ପହଂଚିବା ପୂର୍ବରୁ ଏଠାରେ ଉପସ୍ଥିତ ରହି ସମସ୍ତ କାର୍ୟ୍ଯ ର ତଦାରଖ କରୁଥିଲେ ।
ପ୍ରାପ୍ତ ସୂଚନା ମୁତାବକ ଆସନ୍ତା କାଲି ସକାଳ ନଅ ଘଣ୍ଟା ସମୟରେ ବିଜୟ ବାବୁ ଙ୍କର ମୃତଦେହ ଶେଷ ଯାତ୍ରାରେ ପଦ୍ମପୁର ସହର ପରିକ୍ରମା କରି ପଦ୍ମପୁର ରାଜଘାଟ ରେ ପହଂଚିବା ପରେ ରାଜକୀୟ ସମ୍ମାନ ଓ ପାରିବାରିକ ନୀତି ନିୟମ ରେ ଅନ୍ତିମ ସଂସ୍କାର କରାଯିବ ।
ବିଜୟ ବାବୁ ଙ୍କର ମୃତ୍ୟ ଖବର ଜାଣିବା ପରେ ପଦ୍ମପୁର , ପାଇକମାଲ ଓ ଜର୍ଜଗଡ ଦୁର୍ଗାପୂଜା କମିଟି ତରଫରୁ ଆଜି ସକାଳୁ ପୂଜା ଅବସରରେ ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯିବା ସହିତ ମଣ୍ଡପ କିମ୍ବା ମନ୍ଦିର ରେ କେବଳ ଦେବୀଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।