ହେଡଲାଇନସ୍:

ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଦୀପ(ଉପେନ୍ଦ୍ର ଗୁରୁ)  ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକ ସଙ୍ଗଠନ ତରଫରୁ ଚଳିତ ବର୍ଷ ବିଶ୍ୱକର୍ମା  ପୂଜା ପାଳନ ନିମନ୍ତେ ସଙ୍ଗଠନ କାର୍ଯ୍ୟାଳୟ ଜିରୋପଏଣ୍ଟ ପରିଷରରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ସଙ୍ଗଠନର ସଭାପତି ତଥା ଶ୍ରମିକ  ସାଥି  ସନ୍ତୋଷ କୁମାର ପଟ୍ଟନାୟକ ଉକ୍ତ ବୈଠକରେ ପୌରହିତ କରିଥିଲେ । ଚଳିତ ବର୍ଷ ବିଶ୍ୱକର୍ମା ପୂଜାକୁ  ପୂର୍ବବର୍ଷ ମାନଙ୍କ ଭଳି ଶରଷ ସୁନ୍ଦର କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସଙ୍ଗଠନରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଆଗାମୀ ପୂଜାରେ ସକ୍ରୀୟ ସହଯୋଗ କରିବା ପାଇଁ ସଭାପତି ମହୋଦୟ ପରାମର୍ଶ ଦେଇଥିଲେ । ପୂର୍ଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ପୂଜା ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା । ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଦିଲ୍ଲିପ ବେହେରା, ଉପସଭାପତି ମନିନ୍ଦ୍ର ଗୁରୁ,  ସାଧାରଣ ସମ୍ପାଦକ ପଦ୍ମଲୋଚନ ଦାସ, ସହ ସମ୍ପାଦକ ନିରଞ୍ଜନ ନାୟକଙ୍କ ସହିତ ଅଭିରାମ ସାମଲ, ବିପିନ ପ୍ରଧାନ ବିଶ୍ୱମ୍ବର ତରଇ, ମିହିର କାନ୍ତ ସାହୁ, ଜୟଦେବ ସାହୁ, ଅରୂପ ପଟ୍ଟନାୟକ ପ୍ରମୁଖ ଆଲୋଚନରେ ଅଶଂ ଗ୍ରହଣ କରି ନିଜର ମତାମତ ଉପସ୍ଥାପନା  କରିଥିଲେ । ଏହା ସହିତ ସଭାପତି ଆଜି ସୋମବାର ବଡପଡିଆସ୍ଥିତ ବ୍ୟାଙ୍କ ଲାଇନରେ  ଜଗତସିଂହପୁର ଟ୍ରକ୍ ଆସୋସିଏସନର ପୂଜା ମଣ୍ଡପରେ ଭୂମି ପୂଜା କରି ମେଢ କାର୍ଯ୍ୟ ଆରମ୍ଭ କରିଥିଲେ । ଭୂମିପୂଜା ବେଳେ ଶତାଧିକ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ସହିତ ଜନସାଧାରଣ ଉପସ୍ଥିତ ଥିଲେ ।  

0
0
0
s2sdefault