ହେଡଲାଇନସ୍:

ବାର୍ଡ ଦ୍ଵାରା ଟେଲିକମ୍ ଉପୋଭକ୍ତା ସଚେତନତା କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳହିତୈଷିଣୀ ସଭା ଗୃହ ଠାରେ ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ଟେଲିକମ୍ ଓ ଡ଼ି ଟି ଏଚ୍ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଗ୍ରାମ ଅଞ୍ଚଳର ଶତକଡା ୯୫ ଭାଗ ଟେଲିକମ୍ , ମୋବାଇଲ , ଇନ୍ଟାରନେଟ୍ , ଡ଼ି ଟି ଏଚ୍ ଗ୍ରାହକ ବହୁଳ ମାତ୍ରାରେ ବ୍ୟବହାର କରନ୍ତି କିନ୍ତୁ ଟେଲିକମ୍ ଗ୍ରାହକ ସେମାନେ ସେମାନଙ୍କ ଅଧିକାର ଉପରେ ସଚେତନତା ନୁହନ୍ତି ବୋଲି କ୍ଷ୍ଯୋଭ ପ୍ରକାଶ କରିଥିଲେ। ଗ୍ରାହକ ମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ଥା ଛାଡି କମ୍ପାନି ମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳି କରଣ କରନ୍ତି ନାହିଁ , ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକକୁ ଦିବା ରାତ୍ରି ଲୁଟୁଛନ୍ତି ବିଶେଷ କରି ସିମ୍ ଅକଟିବାସେନ୍ କଲାବେଳେ ଇଂରାଜୀ ଭାଷରେ ଟର୍ମ କଣ୍ଡିସନ୍ ,ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି , ଭାଷାଭିତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକ ମାନେ ଠକାମିର ଶିକାର ହୋଇଥାନ୍ତି। ଆଦିବାସୀ ଅଧୁସିତ, ଅପ୍ରାନ୍ତ , ଅପହଞ୍ଚ ଗଜପତି ଜିଲ୍ଲା ଥିବା ଦୃଷ୍ଟିରୁ ସରକାରଙ୍କ କଡା ନିଷ୍ପତ୍ତି ଥିଲେ ବି ଟେଲିକମ୍ କମ୍ଫାନୀ ମାନେ ଅଣଦେଖା କରିବା , ନେଟୱର୍କ ସମସ୍ଯା , ଇନ୍ଟାରନେଟ୍ ଧିମୀଗତି ଚାଲିବା , ଫେକ୍ ମେସେଜ୍ , ନ୍ୟୁନମାନ ସେବା , ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା , ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନକରିବା , ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେ ବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା , ଘୋରାଇ ଇନ୍ଟାରନେଟ୍ ସେବାକାରୀ ଓ ଡ଼ି ଟି ଏଚ୍ , ଗ୍ରାହକ ଠାରୁ ଅଧିକ ମାସିକ ଦର ନେଇଥାନ୍ତି ଯାହା ସଭାରେ ଦୃଢ଼ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।
ବିଶେଷ ସୂତ୍ରରୁ ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ମୋବାଇଲ ଗ୍ରାହକ ୧୫୧ କୋଟି ଜନଗଣନା ସାମଞ୍ଜସ୍ୟ ସହ , ୪୫୯ ନିୟୁତ ସ୍ମାର୍ଟଫୋନ ବ୍ୟବହାରକାରୀ , ୪୮୭ ନିୟୁତ ୱାଟସ୍ ଆପ୍ ଗ୍ରାହକ , ୨୪୦ ନିୟୁତ ଫେସବୁକ ଗ୍ରାହକ , ୨୧୦ ନିୟୁତ ଇନଷ୍ଟାଗ୍ରାମ୍ ଗ୍ରାହକ , ୭କୋଟି ଡ଼ି ଟି ଏଚ୍ ଗ୍ରାହକ , ୧୪୦କୋଟି ଇନ୍ଟାରନେଟ୍ ଗ୍ରାହକ ଅଛନ୍ତି ଓ ଯୁବପିଢି ଓ ସାଧାରଣ ଲୋକେ ଦିନକୁ ୪ ରୁ ୫ ଘଣ୍ଟା ଏସବୁ ସେବା ନେଇଥାନ୍ତି ଯାହା ବିଶାଳ ବଜାର ଆମ ଦେଶରେ ସୃଷ୍ଟି କରି ଅଛି। ଦୁର୍ଭାଗ୍ୟ ବିଷୟ ଶତକଡା ୯୦ ଭାଗ ଟେଲିକମ୍ ଗ୍ରାହକ ପୀଡିତ ହେବା ସୂଚନା ପ୍ରକାଶ ପାଇଛି , ବୋଲି ଆୟୋଜନକାରୀ ସଂସ୍ଥା ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଉଦବେଗ ପ୍ରକାଶ କରିଛନ୍ତି।
ଅଧିକରୁ ଅଧିକ ଟେଲିକମ୍ ଓ ସମୃକ୍ତ ସେବା ପ୍ରଦାନଧିକାରୀ ଗ୍ରାମଞ୍ଚଳରେ ଖାଉଟି କାର୍ମଶାଳା , ଗ୍ରାହକ ମାର୍ଗଦର୍ଶନ ଶିବିର କରିବା , ଅଧିକ ଟୋଲଫ୍ରୀ, କଷ୍ଟମର କେୟାର୍ ଫୋନର ସୁବିଧା , ୱାଟସ୍ ଆପ୍ ରେ ଅଭିଯୋଗ , ଓଡିଆ ଭାଷରେ ସୁଗମ୍ୟ କରିବା , ଘଣ୍ଟା ପ୍ରକାରେ ଟେଲିକମ୍ କମ୍ପାନୀ ମାନେ ଦେୟ ଧାର୍ଯ୍ୟ କରିବା ଓ ଟ୍ରାଇ ନିୟମ ଓ ନିର୍ଦ୍ଦେଶାବଳିକୁ କଡାକଡି ଭାବରେ ପାଳନ କରିବା ଉପରେ ପୂର୍ବତନ ଖାଉଟି ଅଦାଲତ ସଭାପତି ଶ୍ରୀ ଭୁବନେଶ୍ଵର ପଟ୍ଟନାୟକ ମତ ପ୍ରକାଶ କରିଥିଲେ।
ଓଡିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା ସଭାପତିତ୍ଵ କରି ଭିନକ୍ଷମଙ୍କ ସ୍ଵତନ୍ତ୍ର ମୋବାଇଲ ସଫ୍ଟୱେର କରିବା ନିମିତ ଟେଲିକମ୍ କମ୍ପାନୀ ଆଗଭର ହେବା ପାଇଁ ଅନୁରୋଧ କରିଥିଲେ।
ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ତଦାରଖ ଖାଉଟି କର୍ମୀ ଶ୍ରୀ ହରି ମୋହନ ପଟ୍ଟନାୟକ କରିଥିଲେ।
ଏୟାରଟେଲ , ସନଟିଭ , ଭିଡିଓକନ , ଡିଶଟିଭି , ଟାଟା ସ୍କୟ କମ୍ଫାନୀ ମାନେ ଏହି ସଭାକୁ ନ ଆସିବା ସେମାନଙ୍କ ସେବାରେ ଅବହେଳା ଦର୍ଶାଯିବା ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇଥିଲେ। ଭାରତୀୟ ଦୂରସଂଚାର ନିଗମରୁ ଏସଡିଓ ପ୍ରଶାନ୍ତ କୁମାର ରାୟ , ଏୟାରଟେଲ୍ ରୁ ଆଞ୍ଚଳିକ ମ୍ଯାନେଜର ଜିତେନ୍ଦ୍ର ମହାନ୍ତି , ଜିଓ ତରଫରୁ ଆଶିଷ ନାୟକ, ଘରୋଇ ଇନ୍ଟାରନେଟ୍ ସେବା ପ୍ରଦାନକାରୀ ଆଲେୟନ୍ସ ଏସ ଆର କମ୍ଯୁନିକେଶନ ଶ୍ରବଣ କୁମାର , କବୁଲ ଅପେରଟରର୍ ରମେଶ କୁମାର ଓ ସୁରେଶ ଯୋଗଦେଇ ନିଜ ନିଜର ସେବା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।
ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ୍ ଭଲଭାବରେ କାମ ନକରିବା ଓ ବିପର୍ଯ୍ୟୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା , ଶିକ୍ଷା ସେବା , ସ୍ୱାସ୍ଥ୍ୟ ସେବା , ବାଣିଜିକ ସେବାରୁ ବଞ୍ଚିତ ହେବା ଓ ଡିଜିଟାଲ୍ ସାକ୍ଷରତା ପ୍ରହସନ ପାଲଟିଛି ସଭାରେ ସାମୁହିକ ଭାବେ ଗ୍ରାହକ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ।
ସଭା ଶେଷରେ ନିୟତି ଅନୁଷ୍ଠାନ ପ୍ରମୁଖ ଓ ସମାଜସେବୀ , ସୁସାହିତିକ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତି ଜିଲ୍ଲାର କଣ ଅନୁକୋଣ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ , ଖାଉଟି କର୍ମୀ , ସ୍ଵୟଂ ସହାୟକ ଦଳ , ବରିଷ୍ଟ ନାଗରିକ ମଞ୍ଚ , ଅବସର ସୈନିକ ସଙ୍ଗ , ମହିଳା ଓ ଯୁବକ ସଂଘ , ଆଇନଜୀବି , ଛାତ୍ରଛାତ୍ରୀ , ଭିନ୍ନକ୍ଷମ ବୃନ୍ଦ, ଆଶା ଅଙ୍ଗନାବାଡି ବହୁସଂଖ୍ୟାରେ ଯୋଗଦାନ କରିଲେ।

0
0
0
s2sdefault