ହେଡଲାଇନସ୍:

ଏସବିଆଇ କାର୍ଡ ଶୁଭାରମ୍ଭ କରିଛି ଫେଷ୍ଟିଭ୍ ଅଫର ୨୦୨୨

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

- ଏହି ପାର୍ବଣର ଆନନ୍ଦକୁ ବୃଦ୍ଧି କରିବା ପାଇଁ ୧୬୦୦ ରୁ ଅଧିକ ଅନଲାଇନ୍ ଓ ଅଫଲାଇନ୍ ମର୍ଚ୍ଚାଂଟଙ୍କ ଦ୍ୱାରା ପ୍ରଦାନ କରାଯାଉଛି
- ଏସବିଆଇ କାର୍ଡ ଗ୍ରାହକମାନେ ୨୨.୫% କ୍ୟାସବ୍ୟାକକୁ ଉପଭୋଗ କରିପାରିବେ

ନୂଆ ଦିଲ୍ଲୀ / ଭୁବନେଶ୍ୱର : ଏସବିଆଇ କାର୍ଡ, ଭାରତର ସର୍ବବୃହତ୍ ପିଓର-ପ୍ଲେ କ୍ରେଡିଟ୍ କାଡର଼୍ ଜାରିକର୍ତା ଚଳିତ ପାର୍ବଣ ଋତୁ ୨୦୨୨ ଉପଲକ୍ଷେ ସାରା ଭାରତରେ ଏହାର ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବର ୨୨, ୨୦୨୨ ଠାରୁ ଅକ୍ଟୋବର ୩୧, ୨୦୨୨ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ପ୍ରଦାନ କରୁଛି । ଏଥିମଧ୍ୟରୁ ୧୬୦୦+ ଅଫର ଅନଲାଇନ୍ ଓ ଅଫଲାଇନ ମର୍ଚ୍ଚାଂଟମାନଙ୍କ ଦ୍ୱାରା ଟିୟର ୧, ଟିୟର୨ ଓ ଟିୟର ୩ ସହର ଗୁଡ଼ିକରେ ପ୍ରଦାନ କରାଯାଉଛି । ଏସବିଆଇ କାଡର଼୍ ଏହାର ଗ୍ରାହକମାନଙ୍କ ପାଇଁ ଏହି ସପିଂ ଅନୁଭୂତିକୁ ଆହୁରି ଆନନ୍ଦଦାୟକ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଫର ଗୁଡ଼ିକୁ ବ୍ୟାପକଶ୍ରେଣୀୟ ଲୋକପ୍ରିୟ ବର୍ଗରେ ପ୍ରଦାନ କରାଯାଉଛି ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଇଲେକ୍ଟ୍ରୋନିକ୍ସ, ମୋବାଇଲ୍, ଫେସନ ଓ ଲାଇଫଷ୍ଟାଇଲ୍, ଜୁଏଲାରୀ, ଟ୍ରାଭେଲ୍ ଓ ଅନଲାଇନ୍ ମାର୍କେଟ ପ୍ଲେସ ଇତ୍ୟାଦି ।
ଏସବିଆଇ କାଡର଼୍ ଗ୍ରାହକମାନଙ୍କ ପାଇଁ ପାର୍ବଣ ଅଫରରେ ୭୦ ଟି ଜାତୀୟ ଅଫର ୧୫୫୦ ଆଂଚଳିକ ଓ ହାଇପରଲୋକାଲ୍ ଅଫର ୨୬୦୦ ସହରରେ ପ୍ରଦାନ କରାଯାଉଛି । ଏହି ପାର୍ବଣ ଅଫରର ଅଂଶସ୍ୱରୂପ ଗ୍ରାହକମାନେ ବିଭିନ୍ନ ପାର୍ଟନରବ୍ରାଣ୍ଡ ମାଧ୍ୟମରେ ୨୨.୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଲାଭ କରିପାରିବେ ।
ଏସବିଆଇ କାର୍ଡ ଗ୍ରାହକମାନଙ୍କ ପାଇଁ ଏକ ପ୍ରମୁଖ ଅଫର ହେଉଛି ‘ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍’ ପାଇଁ ଆମାଜନ୍ ସହିତ ଏସବିଆଇ କାଡର଼୍ ସ୍ୱତନ୍ତ୍ର ସହଭାଗୀତା ସ୍ଥାପନ କରିଛି । ଏହି ସର୍ବବୃହତ୍ ଅନଲାଇନ୍ ସେଲ୍ କାର୍ଯ୍ୟକ୍ରମଟି ଅକ୍ଟୋବର ୦୩, ୨୦୨୨ ପର୍ଯ୍ୟନ୍ତ ଲାଇଭ୍ ରହିଛି । ଏହା ବ୍ୟତୀତ, ଏସବିଆଇ କାଡର଼୍ର ପ୍ରାୟ ୨୮ ପ୍ରମୁଖ ଗ୍ଲୋବଲ ଓ ଜାତୀୟ ପାର୍ଟନର ବ୍ରାଣ୍ଡ ସହିତ ଏହାର ମୂଲ୍ୟବାନ ଗ୍ରାହକମାନଙ୍କ ପାଇଁ ବ୍ୟାପକ ଅଫର ପ୍ରଦାନ କରୁଛି । ଏହି ପ୍ରମୁଖ ବ୍ରାଣ୍ଡ ଗୁଡ଼ିକ ମଧ୍ୟରେ ସାମିଲ୍ ରହିଛନ୍ତି ଫ୍ଲିପକାର୍ଟ, ସାମସଙ୍ଗ ମୋବାଇଲ୍, ରିଲାଏନ୍ସ ଟ୍ରେଣ୍ଡ୍, ପାଂଟାଲୁନ୍ସ, ରେମଣ୍ଡସ, ଏଲଜି, ସାମସଙ୍ଗ, ସୋନି, ମେକ୍ ମାଇଁ ଟ୍ରିପ, ଗୋଆଇବିବୋ, ବିଶାଲ ମେଗା ମାର୍ଟ, ରିଲାଏନ୍ସ ଜୁଏଲ୍ସ, କାରାଟଲେନ୍, ହିରୋ ମୋଟର୍ସ ଓ ଆହୁରି ଅନେକ ।
ଶ୍ରୀଯୁକ୍ତ ରାମ ମୋହନ ରାଓ ଅମାରା, ଏମଡି ଓ ସିଇଓ, ଏସବିଆଇ କାର୍ଡ ଏହି ଅବସରରେ କହିଛନ୍ତି ଯେ, “ଆମ ଅନୁଭୂତିରେ ପାର୍ବଣ ଋତୁରେ ପ୍ରାୟତଃ ଗ୍ରାହକମାନେ ଯୋଜନାକୃତ ଭାବରେ ବା ବିନା ଯୋଜନାରେ ସର୍ବାଧିକ ଖର୍ଚ୍ଚ କରିଥାନ୍ତି । ଏକ ଗ୍ରାହକ କୈନ୍ଦ୍ରିକ ବ୍ରାଣ୍ଡ ଭାବରେ, ଆମେ ସର୍ବଦା ଗ୍ରାହକମାନଙ୍କର କ୍ରୟ ଅନୁଭୂତିରେ ଉନ୍ନତି ଆଣିବାକୁ ଚେଷ୍ଟା କରିଥାଉ ତାହା ଅନଲାଇନ୍ ହେଉ ବା ଅଫଲାଇନ୍ ହେଉ । ଏହା ସହିତ, ଆମେ ଆମର ଗ୍ରାହକଙ୍କ ଖର୍ଚ୍ଚ ଆବଶ୍ୟକତା ଅନୁସାରେ ପ୍ରଯୁଜ୍ୟ ଓ ଆକର୍ଷଣୀୟ ମୂଲ୍ୟରେ ଅଫର ପ୍ରଦାନ କରିଥାଉ । ଆମର ଏହି ପାର୍ବଣ ଅଫର ଏହି ସବୁ ପ୍ରଚେଷ୍ଟାର ଏକ ପ୍ରତିଫଳନ ଓ ଆମେ ଆଶା କରୁଛୁ ଯେ ଏହା ସହାୟତାରେ ଆମେ ଆମର ଗ୍ରାହକମାନଙ୍କର ପାର୍ବଣ ଅନୁଭୂତିରେ ଆହୁରି ଉନ୍ନତି ଆଣିପାରିବୁ ।
ପାର୍ବଣର କ୍ରୟ ଅନୁଭୂତିକୁ ଆହୁରି ମଜାଦାର କରିବା ପାଇଁ ଓ ଏହାକୁ ଏହାର ଗ୍ରାହକମାନଙ୍କ ପାଇଁ ଆହୁରି ସହଜ କରିବା ନିମନ୍ତେ ଏସବିଆଇ କାର୍ଡ ଇଏମ୍ଆଇ ବର୍ତମାନ ୧.୬ ଲକ୍ଷ+ ମର୍ଚ୍ଚାଂଟ ଓ ୨.୨୫ ଲକ୍ଷ+ ଷ୍ଟୋରରେ ସାରା ଭାରତରେ ଉପଲବ୍ଧ ରହିଛି । ଗ୍ରାହକମାନେ ଇଏମ୍ଆଇ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୨୫+ ଇଲେକ୍ଟ୍ରୋନିକ୍ସରେ ଓ ମୋବାଇଲ୍ ବ୍ରାଣ୍ଡରେ ପାଇପାରିବେ । ଗ୍ରାହକମାନେ ୧୫% କ୍ୟାସବ୍ୟାକ୍ ସୁବିଧାକୁ ବଛା ବଛା ରିଜିଓନାଲ୍ ମର୍ଚ୍ଚାଂଟଙ୍କ ଠାରୁ ପାଇପାରିବେ ।

0
0
0
s2sdefault