ହେଡଲାଇନସ୍:

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର(ଅଶୋକ ସାହୁ) : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ରୂପେ ଏନ୍ ଏସ୍ ଏସ୍ ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଜାତୀୟ ସେବା ଯୋଜନା ର ମହତ୍ତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ।ମହାବିଦ୍ୟାଳୟ ର ପୁରାତନ ଏନ୍ ଏସ୍ ଏସ୍ ଅଧିକାରୀ ଶ୍ରୀମତୀ ତାଇରା ବେଗମ, ଶ୍ରୀମତୀ ରଞ୍ଜୁଶା ପ୍ରହରାଜ ଜାତୀୟ ସେବା ଯୋଜନା ରେ ଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ରେ ଆଲୋକପାତ କରିଥିଲେ। ଯୁବ ରେଡକ୍ରସ୍ ସଂଜୋଜିକା ଡ ସଂଯୁକ୍ତା ପଣ୍ଡା ଯୁବଗୋଷ୍ଠୀ ଙ୍କ ମଧ୍ୟରେ ନେତୃତ୍ୱ ର ବିକାଶ ସମ୍ପର୍କରେ ମାର୍ଗ ଦର୍ଶନ କରାଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରି ସାହୁ ଛାତ୍ରୀ ମାନଙ୍କୁ ସ୍ଵେଚ୍ଛାସେବୀ ଭାବରେ ନିଜ ଦାୟିତ୍ଵ ସମ୍ପର୍କରେ ଅବଗତ କରାଇଥିଲେ। ଜାତୀୟ ସେବା ଯୋଜନା ର କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ସୁନୀତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା ଓ ବିବରଣୀ ପାଠ କରିଥିଲେ। ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀ ମାନେ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault