ଖୋର୍ଦ୍ଧା/ଭୁବନେଶ୍ୱର :ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା,ଭୁବନେଶ୍ୱରଙ୍କ ପକ୍ଷରୁ ଗାନ୍ଧୀ ଇନ ଷ୍ଟିଚ୍ୟୁଟ ଅପ୍ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି, ବଣିଆଟାଙ୍ଗି ଠାରେ ସାଇବର ଅପରାଧ ଦମନ ଓ ଏହାର ନିରାକରଣ ସଂକ୍ରାନ୍ତୀୟ ଏକ ଆଇନ୍ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଇବର ଅପରାଧିକରଣ ଓ ଏହାର ନିରାକରଣ ଏବଂ ଉକ୍ତ ଅପରାଧ କଲେ ଆଇନରେ ଥିବା ବିଭିନ୍ନ ଦଣ୍ଡ ପ୍ରଦାନ ବ୍ୟବସ୍ଥା ଇତ୍ୟାଦିର ସଂପର୍କରେ ବିଭିନ୍ନ ଉପାଦେୟ ମନ୍ତବ୍ୟ ପ୍ରଦାନ କରିବା ସହ ଏଥିରେ ପୀଡିତମାନଙ୍କୁ କ୍ଷତି ପୂରଣ ଯୋଜନା , ମାଗଣା ଆଇନ ସେବା , ସାହାଯ୍ୟ ଓ ପରାମର୍ଶର ଅବଶ୍ୟକତା ଓ ବିଭିନ୍ନ ଫୌଜଦାରୀ ଆଇନର ବିଧି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୋଲିସ୍ ନିରୀକ୍ଷକ ରଶ୍ମିତା ଜେନା , ଉପ ନିରୀକ୍ଷକ(ପୋଲିସ୍)ଜ୍ୟୋତି ରଞ୍ଜନ ପରିଡ଼ା, ଡି.ଏସ୍.ପି(କ୍ରାଇମ୍) ସୁଜିତ ପଣ୍ଡା, ଉପଖଣ୍ଡ ପୋଲିସ୍ ଅଧିକାରୀ,ବୋଲଗଡ,ମାନସ ବାରିକ, ଖୋର୍ଦ୍ଧା ବାର ଆସୋସିଏସନର ସଭାପତି ବିଜୟ ସାମନ୍ତ ସିଂହାର, ସଂପାଦକ ପ୍ରଦୀପ ମିଶ୍ର, ବରିଷ୍ଠ ଆଇନଜୀବୀ ଅଜିତ୍ ପଟ୍ଟନାୟକ, ଅଶୋକ ମହାପାତ୍ର ( ନ୍ୟାୟ ବନ୍ଧୁ), ସ୍ଥାନୀୟ କଲେଜର ଅଧ୍ୟକ୍ଷମାନେ ଯୋଗଦେଇ ସାଇବର ଅପରାଧର ବିଭିନ୍ନ ଦିଗ, ଦଣ୍ଡ ବ୍ୟବସ୍ଥା, କାରଣ ଓ ଏହାର ନିରାକରଣ ସଂବନ୍ଧୀୟ ବହୁ ଆଇନ୍ କାନୁନର ଉଦାହରଣ ନେଇ ସମବେତ ଛାତ୍ର, ଛାତ୍ରୀମାନଙ୍କୁ ଏହି ଅପରାଧଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ସାଇବର ଅପରାଧ ସଂପର୍କିତ ସଚେତନତା ବାର୍ତ୍ତା ସମାଜରେ ବସବାସ କରୁଥିବା ସବୁବର୍ଗର ଜନସାଧରଣଙ୍କ ପାଖରେ ପହଞ୍ଚି।ଇବା ଏବଂସାଇବର ଅପରାଧମୁକ୍ତ ଓଡିଶା ଗଠନ କରିବାକୁ ପରାମର୍ଶଦେଇଥିଲେ । ଶେଷରେ ସଚିବ ଶ୍ରୀମତୀସିଂ ଉକ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ଥାନୀୟ କଲେଜର ଅଧକ୍ଷ, ଛାତ୍ର ଛାତ୍ରୀ, ପୋଲିସ ପ୍ରଶାସନ, ଆଇନଜୀବୀ ଓ ଆଇନ ସେବା ବିଭାଗର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସାଇବର ଅପରାଧ ଦମନ ସମ୍ପର୍କିତ ଆଇନ ସଚେତନତା ଶିବିର
- Hits: 307