ହେଡଲାଇନସ୍:

ଗାଁ ରାସ୍ତାର ଶୋଚନୀୟ ଅବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଗାଁ ରେ ଥିବା ଲୋକମାନଙ୍କ ରାସ୍ତାଘାଟ, ପୋଲ ଓ ଗମନାଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ କିନ୍ତୁ ତାହା ଜନସାଧାରଣଙ୍କ ପାଖରେ ପହଂଚି ପାରୁନାହଁ l କିଛି କୁଜି ନେତା ଓ କଂଟ୍ରାକଟର ସେହି ଟଙ୍କାକୁ ହଡପ କରୁଛନ୍ତି l ପୋଲରାସ୍ତା ତିଆରି ହେଉଛି କଣ ପାଇଁ ? ଲୋକମାନଙ୍କ ସୁବିଧା ପାଇଁ ଯଦି ସେହି ସୁବିଧା ଲୋକମାନଙ୍କର ଅସୁବିଧା ପାଲଟୁଛି ତେଵେ ସେ ଅଧା କାମ କଣ ପାଇଁ l ଏହି ଭଳି ଏକ ଶୋଚନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ଗ୍ରାମ ପଞ୍ଚାୟତରେ l ଏହି ପଂଚାୟତରେ ପାଟେଳି ଓ ଖମଙ୍ଗ ଗାଁକୁ ସଂଯୋଗ କରୁଥିବା ଏକ ପୋଲର ରାସ୍ତା ବିପଳ ସଂକୁଳ ଅବସ୍ଥାରେ ଅଛି l ପୋଲ ଅଛି ହେଲେ ପୋଲକୁ ସଂଯୋଗ କରୁଥିବା ରାସ୍ତା ନାହିଁ l ପୋଲର ଦୁଇ ପାର୍ଶ୍ଵରେ ଖାଲ ଓ ଗଛଲତା ମାଢି ପୁରା ବଣ ପାଲଟିଯାଇଛି l ଏହି ପୋଲକୁ ସ୍ବର୍ଗତ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ବିଷ୍ଣୁଚରଣ ଦାସ ତିଆରି କରିଥିଲେ l ନାମ ଫଳକ ଅଛି ପୋଲଟି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବାରୁ ୭ ଟି ଗାଁର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପିଲାମାନଙ୍କୁ ସ୍କୁଲ ଯିବାର ଅସୁବିଧା ହେଉଛି l ପ୍ରାୟ ଚାରି ପାଞ୍ଚ କି.ମି. ବୁଲି ପାଠ ପଢିବା ପାଇଁ ଯିବାକୁ ପଡୁଛି l ପୋଲକୁ ସଂଯୋଗ ରାସ୍ତା କାମ ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କା ସରକାର ଦେଇଥବା ବେଳେ ଟଙ୍କା କୁଆଡେ ଗଲା ବୋଲି ଗ୍ରାମ ବାସୀମାନଙ୍କର ପ୍ରଶ୍ନ ରହିଛି l ପୋଲ ଓ ପୋଲକୁ ସଂଯୋଗ ରାସ୍ତାର ସୁବିଧା ପାଇଁ ଗ୍ରାମ ବାସୀଙ୍କର ପ୍ରଶାସନ ନିକଟରେ ଦାବି ରଖିଛନ୍ତି l

0
0
0
s2sdefault