ହେଡଲାଇନସ୍:

ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ବ୍ୟାଙ୍କ୍ , ପୋଷ୍ଟ ଅଫିସ୍ ଏବଂ ଶିଶୁ ମିତ୍ର ଥାନା ଭ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ବ୍ୟାଙ୍କ , ପୋଷ୍ଟ ଅଫିସ ଏବଂ ଶିଶୁ ମିତ୍ର ଥାନା ପରିଦର୍ଶନ ନିମନ୍ତେ ନିଆଯାଇଥିଲା।
ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ୫ଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଡେଷ୍ଟାର ହୋମ୍ , ନିଶାନ ଶାଲୋମ ଚିଲ୍ଡରେନ୍ ହୋମ୍ , ଗୁମ୍ମା , ବିବେକାନନ୍ଦ ରେସିଡେନ୍ସିଆଲ ସ୍କୁଲ , ଶ୍ରୀ ଜଗନ୍ନାଥ ନିକେତନ , ପ୍ରାଉଡ଼ , ଗୋଷାଣୀର ଶିଶୁ ମାନେ ଯୋଗ ଦେଇଥିଲେ।
ପରିଦର୍ଶନ ସମୟରେ ଶିଶୁ ମାନେ ବ୍ୟାଙ୍କ୍ ଏବଂ ପୋଷ୍ଟ ଅଫିସର ବିଭିନ୍ନ ଯୋଜନା ତଥା ଟଙ୍କା ଉଠାଇବା , ଟଙ୍କା ଜମା କରିବା , ମ୍ୟୁଚୁଆଲ୍ ଫଣ୍ଡ ବିଭିନ୍ନ ପ୍ରକାର ଟାର୍ମ ଡିପୋଜିଟ , ଆଧାର ନାମାଙ୍କନ , କେ.ୱାଇ.ସି ପ୍ରଭୃତି ବିଷୟରେ ଜାଣିବାକୁ ପାଇଛନ୍ତି।
ଡେଷ୍ଟାର ହୋମ ମୋହନାର ଶିଶୁମାନେ ପଞ୍ଜାବ ନେସନାଲ ବ୍ୟାଙ୍କ୍ , ମୋହନାକୁ ପରିଦର୍ଶନରେ ଯାଇଥିବା ବେଳେ ବିବେକାନନ୍ଦ ରେସିଡେନ୍ସିଆଲଢ଼ ସ୍କୁଲର ଶିଶୁମାନେ ପଞ୍ଜାବ ନେସନାଲ ବ୍ୟାଙ୍କ୍ , ଗାରାବନ୍ଧ, ନିଶାନ ସାଲୋମ ଚିଲ୍ଡରେନ୍ ହୋମର ଶିଶୁମାନେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ , ଗୁମ୍ମା , ଶ୍ରୀ ଜଗନ୍ନାଥ ନିକେତନ ଅନୁଷ୍ଠାନ ଓ ପ୍ରାଉଡ଼ ଅନୁଷ୍ଠାନର ଶିଶୁମାନେ ଯଥାକ୍ରମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଡାକଘର , ୟୁକୋ ବ୍ୟାଙ୍କ୍ ପରିଦର୍ଶନରେ ଯାଇଥିଲେ।
ଶିଶୁମିତ୍ର ଥାନା ପରିଦର୍ଶନ କରି ଶିଶୁମାନେ ଶିଶୁ ମାନଙ୍କ ପ୍ରତି ରହିଥିବା ବିଭିନ୍ନ ଆଇନ ସମ୍ପର୍କରେ ଜାଣିବା ସହ ଏଫ୍. ଆଇ. ଆର୍ କଣ ଏବଂ ଏହା କିଏ ଦେଇ ପାରିବ , ଜରୁରୀକାଳୀନ ନମ୍ବର ୧୧୨ ତଥା ପୋଲିସର ଭୂମିକା କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ପାଇଥିଲେ।
ବିଭିନ୍ନ ବ୍ୟାଙ୍କ୍ , ପୋଷ୍ଟ ଅଫିସ ତଥା ଶିଶୁମିତ୍ର ଥାନା ପରିଦର୍ଶନ କରି ଶିଶୁମାନେ ବେଶ ଖୁସି ଥିବା ବ୍ୟକ୍ତ କରିଥିଲେ। ଏହି ପରିଦର୍ଶନକୁ ସଫଳ କରିବା ନିମନ୍ତେ ବ୍ୟାଙ୍କ୍ ର ପରିଚାଳକ , ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର୍ ଏବଂ ଥାନା ଅଧିକାରୀ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତିର୍ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

0
0
0
s2sdefault