ହେଡଲାଇନସ୍:

କେତେ ନିରାପଦ ଏଇ ପିଲାମାନେ ହେଜିବେ କି ସରକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ଲାଡ ଅଙ୍ଗନୱାଡ଼ି କେନ୍ଦ୍ର(୧)ର ଶିଶୁ

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଅନ୍ତର୍ଗତ ଲାଡ଼ ଅଙ୍ଗନୱାଡ଼ି କେନ୍ଦ୍ର(୧) ବିପଜ୍ଜନକ ଅବସ୍ଥାରେ ରହିଛି l ଏଠାରେ ୧୫ ଜଣ ଶିଶୁ ପ୍ରାକଶିକ୍ଷା ଗ୍ରହଣ କରୁଛନ୍ତି l ଅଙ୍ଗନୱାଡ଼ିର ଆଜବେଷ୍ଟସରୁ ପାଣି ଗଳୁଛି l କାନ୍ଥରୁ ମଧ୍ୟ ସିମେଣ୍ଟ ଖସୁଛି l ଶିଶୁମାନେ ଅତି ବିପଦସଂକୁଳ ଅବସ୍ଥାରେ ବସିପାଠ ପଢୁଛନ୍ତି l ଏ ସମ୍ପର୍କରେ ଗତ ବର୍ଷ ଓ ଚଳିତ ବର୍ଷ ଅଙ୍ଗନୱାଡ଼ି ପରିଚାଳନା କମିଟି ତଥା ଗ୍ରାମବାସୀ ସରପଞ୍ଚଙ୍କୁ ଭେଟି ଅବଗତ କରିଥିଲେ l

ପୂର୍ବତନ ସରପଞ୍ଚ ତଥା ନୂତନ ସରପଞ୍ଚ ଏହି ଅଙ୍ଗନୱାଡ଼ି କେନ୍ଦ୍ର ମରାମତି ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଅଦ୍ୟାବଧି ଏ ଦିଗରେ କେହି କର୍ଣ୍ଣପାତ କରୁନାହାନ୍ତି l ବର୍ଷା ଯୋଗୁଁ କାନ୍ଥଟି ଭୁଶୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି l ସରକାର ଶିଶୁଙ୍କ ପ୍ରାକ୍ ଶିକ୍ଷା ପାଇଁ ଅନେକ ପଦେକ୍ଷପ ଗ୍ରହଣ କରୁଛନ୍ତି l ଶିଶୁମାନଙ୍କୁ ଅଙ୍ଗନୱାଡ଼ି ପ୍ରତି ଆକର୍ଷିତ ରୂପାନ୍ତରଣ ଅଭିଯାନ ଚଳାଇଛନ୍ତି l ସେଥିପାଇଁ ଶିଶୁମାନଙ୍କୁ ପୋଷାକ, ପୃଷ୍ଟିକର ଖାଦ୍ୟ, ଆକର୍ଷିତ ଖେଳଣା, ଇତ୍ୟାଦି ଯୋଗାଇ ଦେଉଛନ୍ତି l ଏହା ସର୍ତ୍ତେ କୁଚିଣ୍ଡା ବ୍ଲକର ଅନେକ ଅଙ୍ଗନୱାଡ଼ି ଗୁଡ଼ିକ ପ୍ରତି ବିଭାଗୀୟ ଅଧିକାରୀଙ୍କ ଧ୍ୟାନ ପଡୁନାହିଁ l କେଉଁଠି କୋଠରୀ ଅଭାବ ଯୋଗୁଁ ଶିଶୁଙ୍କ ପାଠ ପଢ଼ାରେ ବ୍ୟାଘାତ ହେଉଛି ତ' ବାରଣ୍ଡାରେ ପାଠପଢା ଚାଲିଛି l ଆଉ କେଉଁଠି ଅଙ୍ଗନୱାଡ଼ି ଛାତ ଓ ଆଜବେଷ୍ଟସରୁ ପାଣି ଗଳୁଛି l ଅଙ୍ଗନୱାଡ଼ି କୋଠା ଛୋଟଛୋଟ ଶିଶୁମାନଙ୍କ ପାଇଁ ବିପଦ୍ଜନକ ହୋଇଛି l ସରକାର ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ରକ୍ଷାଣବେକ୍ଷଣା, ମରାମତି ଇତ୍ୟାଦି କାର୍ଯ୍ୟ ପାଇଁ ସମ୍ପୃକ୍ତ ଗ୍ରାମପଞ୍ଚାୟତ ଗୁଡ଼ିକୁ ଦାୟିତ୍ଵ ଦେଇଛନ୍ତି l ପଞ୍ଚାୟତରେ ଅର୍ଥର ଅଭାବ ଯୋଗୁଁ ଅଙ୍ଗନୱାଡ଼ି ଗୁଡ଼ିକର ମରାମତି ହୋଇପାରୁନାହିଁ l ଲାଡ ଅଙ୍ଗନୱାଡ଼ି କେନ୍ଦ୍ର(୧)କୁ ନୂତନ ଛାତ ନିର୍ମାଣ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

0
0
0
s2sdefault