ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି,ଜଗତସିଂହପୁର ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ନିଉ ଓପିଡି କନଫରେନ୍ସ ସଭା ଗୃହରେ ଜିଲ୍ଲାସ୍ତରୀୟ ବିଶ୍ୱରୋଗୀ ସପ୍ତାହ ପାଳନ କରାଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. କ୍ଷେତ୍ରବାସୀ ଦାଶ ଏବଂ ଡ଼ଃ ନିମାଇଁ ଚରଣ ନାୟକ, ଏଡିଏମ ଓ ମେଡିକାଲଙ୍କ ତତ୍ୱାବଧାନରେ ଏବଂ ଶକ୍ତିମୟୀ ସାମଲ ହସ୍ପିଟାଲ ମ୍ୟାନେଜରଙ୍କ ସହଯୋଗକ୍ରମେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପରାମର୍ଶୀ ସେବା ନର୍ସିଂ ଅଫିସରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ବିଶ୍ୱରୋଗୀ ସୁରକ୍ଷା ସପ୍ତାହ ଆଜି ଡ଼ଃ ଶତ୍ରୁଘ୍ନ ଦାଶ, ଏଡିଏମ ଓ ମେଡିକାଲ ଡ଼ଃ ନିମାଇଁ ଚରଣ ନାୟକ ମେଡ଼ିସିନ ସ୍ପେସିଆଲଲିସ୍ଟ ଶ୍ରୀ ହର୍ଷ ଦାଶ, ମେଡିକାଲ ଅଫିସର ଡ଼ଃ ସୋନୁଲତା ଦେବୀ, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ଃ ହିମାଂଶୁ ଶେଖର ଆଚାର୍ଯ୍ୟ, ଡ଼ଃ ଦିପ୍ତୀରଂଜନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ମହିମା ସ୍କୁଲ ଅଫ ନର୍ସିଂର ଛାତ୍ରୀମାନେ ଓ ତିର୍ତ୍ତୋଲ କଲେଜର ଫାର୍ମାସିଷ୍ଟ ଛାତ୍ରମାନେ ବିଶ୍ୱରୋଗୀ ସପ୍ତାହ ପାଳନ ଅବସରରେ ଚିତ୍ରଙ୍କନ କରିଥିଲେ l ଶେଷରେ ହସ୍ପିଟାଲର ମ୍ୟାନେଜର ଶକ୍ତିମୟୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଜିଲ୍ଲାସ୍ତରୀୟ ବିଶ୍ୱରୋଗୀ ସୁରକ୍ଷା ସପ୍ତାହ ପାଳନ
- Hits: 386