ନବରଙ୍ଗପୁରରୁ ଅଶୋକ ସାହୁଙ୍କ ରିପୋର୍ଟ.: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଙ୍ଗ ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି. ବ୍ଲକ ସାମ୍ବାଦିକ ସଂଘ ସଭାପତି ଏନ. ଜନାର୍ଦନ ରାଓ ଙ୍କ ନେତୃତ୍ୱରେ ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ଉପସ୍ଥିତରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରି ରଞ୍ଜିତା ମଲ୍ଲିକ ଙ୍କ ଅନୁପସ୍ଥିତ ରେ ଜିପିଓ ସଚ୍ଚିଦାନନ୍ଦ ତ୍ରିପାଠୀ ଙ୍କ ଜରିଆରେ ପୋଲିସ ଡ଼ିଜି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା.ଉକ୍ତ ଦାବିପତ୍ରରେ ଉଲେଖ କରାଯାଇଛି. ନବରଙ୍ଗପୁର ଏଏସପି ଜୟକୃଷ୍ଣ ବେହେରା ଜିଲ୍ଲାର ୩ ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ ପ୍ଲାଷ୍ଟିକ ବାଡିରେ ଆକ୍ରମଣ କରି ସେମାନଙ୍କ ମୋବାଇଲ ଛଡାଇ ଭାଙ୍ଗିଛନ୍ତି. ଏକ ପ୍ରେମ ବ୍ୟାପାରରେ ଜଣେ ବରଗଡ ଅଞ୍ଚଳର ବିବାହିତ ମହିଳାଙ୍କୁ ଅନ୍ୟାୟ କରାଯାଉଥିବା ଖବର ପାଇ ଅର୍ଗସ ଟି ଭି ଚ୍ୟାନଲ ଜିଲ୍ଲା ପ୍ରତିନିଧି ସୁମିତ କୁମାର ଘଣ୍ଟ , ସାମ୍ବାଦିକ ଓମ ପ୍ରକାଶ କରମ ଚାନ୍ଦ ଦାଶ ଓ ପ୍ରବୀଣ କୁମାର ସତନାମୀ ଖବର ସଂଗ୍ରହ କରିବାକୁ ପାପଡାହାଣ୍ଡି ଥାନାରେ ଗତ ୧୪ ତାରିଖ ଦିନ ଅପରାହ୍ନ ୪ଟା ରେ ପହଞ୍ଚିଥିଲେ. ଏହି ଖବର ସଂଗ୍ରହ କରିବା ସମୟରେ ଏଏସପି ହଠାତ ଥାନାରେ ପହଞ୍ଚି ଯୁବତୀ ଜଣଙ୍କୁ ଟଣାଅଟରା କରି ଜବରଦସ୍ତ ଯୁବତୀଙ୍କ ପରିବାର ସହ ବରଗଡ ଫେରିବାକୁ ବାଧ୍ୟ କରୁଥିଲେ. ଜଣେ ପୁରୁଷ ଅଧିକାରୀ ହୋଇ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ ଗୁଡିକୁ ସ୍ପର୍ଶ କରୁଥିବା ଦୃଶ୍ୟ କ୍ୟାମେରାରେ ଉତ୍ତୋଳନ କରିବା ଦେଖି ଏଏସପି ରାଗିଯାଇ ଏକ ପ୍ଲାଷ୍ଟିକ ପାଇପ ଦ୍ଵାରା ସାମ୍ବାଦିକଙ୍କ ସମେତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ମହିଳା ଓ ଯୁବତୀଙ୍କୁ ଅଶାଳୀନ ଆଚରଣ ସହ ପିଟି ଚାଲିଥିଲେ. ଏଭଳି ଦାଇତ୍ଵହୀନ ଅଧିକାରୀଙ୍କ ମହିଳା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଆଚରଣକୁ ସମଗ୍ର ଜିଲ୍ଲାର ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି. ଏଭଳି ଅଧିକାରୀ ଯୋଗୁଁ ସମଗ୍ର ପୋଲିସ ବ୍ୟବସ୍ଥା ପ୍ରତି ଜିଲ୍ଲାରେ ଲୋକଙ୍କ ଆସ୍ଥା ତୁଟିବା ପୂର୍ବରୁ ଏ ଏସ ପି ଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି.
ରାଜ୍ୟ
ବ୍ଲକ ସାମ୍ବାଦିକ ସଂଘ ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର
- Hits: 262