ନିଶ୍ଚିନ୍ତକୋଇଲି./ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଂଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନିତିର ପର୍ଦ୍ଧାଫାସ୍ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ପଂଚାୟତରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ କରାଯାଇ କେତେକ ରାଜନୈତିକ କୁଜିନେତା, ଠିକାଦାର ଏବଂ ଧନୀ ଲୋକମାନେ ଅର୍ଥ ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି । ଶତାଧିକ ଜବ୍କାର୍ଡଧାରୀ ଏ ସଂକ୍ରାନ୍ତରେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ମନେରେଗାର କେନ୍ଦ୍ରୀୟ ତଦନ୍ତକାରୀ ଦଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତି କରି ଅଗଷ୍ଟ ୨ ତାରିଖ ଦିନ ନେମାଳକୁ ମନେରେଗାର କେନ୍ଦ୍ରୀୟ ତଦନ୍ତକାରୀ ଅଫିସର ଅମ୍ବୁସମ୍ୟାନ୍, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବ୍ଲକ ବିଡିଓ ଏବଂ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ମଧ୍ୟ ସେଦିଦିନ ପ୍ରବଳ ବର୍ଷା ହୋଇଥିଲା ଏପରିକି ଅଭିଯୋଗକାରୀକୁ ସେଠାକୁ ଡାକିନଥିବାରୁ ତଦନ୍ତରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଥିଲା । ଏହି ପରୀପ୍ରେକ୍ଷୀରେ ଅଭିଯୋଗକାରୀମାନେ ପୁନର୍ବାର ଏହି ଦୁର୍ନୀତିର ତଦନ୍ତ କରିବା ପାଇଁ ଦାବି କରି ପ୍ରକୃତ ଜବ୍ କାର୍ଡଧାରୀ ଗରିବ ମୂଲିଆ ଶ୍ରେଣୀର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଏ ଅଂଚଳର ସମାଜସେବୀ ବିଭୂତି ଭୂଷଣ ଦ୍ୱିବେଦୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ସରକାର ଗରିବ ଲୋକମାନଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦେବା ପାଇଁ ଜବ୍ କାର୍ଡଧାରୀମାନଙ୍କ ପାଇଁ ମନରେଗା ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାକୁ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ତଥା ପ୍ରଶାସନିକ ଅଧିକାରୀମାନେ ସଠିକ୍ ମାର୍ଗରେ ନେଉନଥିବାରୁ ଏହାର ସଫଳ ରୂପାୟନ ହୋଇପାରୁ ନାହିଁ । ନେମାଳ ପଂଚାୟତରେ ମନରେଗା ଯୋଜନାରେ ଅଚୁ୍ୟତାନନ୍ଦ ବିଦ୍ୟାପୀଠରେ ଗୋଟିଏ ପ୍ରକଳ୍ପକୁ ନେଇ ଦୁଇଟି ବିଲ୍ କରି ଅର୍ଥ ହରିଲୁଟ୍ ହୋଇଥିବା ଜଣାଯାଇଛି । ଏହି ବିଦ୍ୟାଳୟରେ ଏକ ମିନୀ ପାର୍କ ନିର୍ମାଣରେ ୩ଲକ୍ଷ ୨୩ ହଜାର୮୯୮ ଟଙ୍କା ଖର୍ଚ୍ଚ ହୋଇଥିବା ବିଲ୍ ହୋଇଥିଲା ବେଳେ ସେହି ପ୍ରକଳ୍ପରେ ପୁନର୍ବାର ଗଛ ଲଗାଯାଇଥିବା ଦର୍ଶାଯାଇ ୩ଲକ୍ଷ ୩୩ ହଜାର୧୨୯ ଟଙ୍କା ମଧ୍ୟ ବିଲ୍ କରାଯାଇଛି । ଏହାଛଡା ଏକ ହାଟ ନିର୍ମାଣରେ ଭୂମି ଉନ୍ନତି କରଣ ପାଇଁ ମାଟି ପକାଇ ଉଚ୍ଚ କରାଇବା ପାଇଁ ସେଥିରେ ଟ୍ରାକ୍ଟର ଯୋଗେ ବାଲି ପକାଯାଇଛି ଯାହା ନୀତି ନିୟମ ବାହାରେ । ସେହିପରି ମୂଳୁସୁଆଙ୍ଗ ଶ୍ମଶାନଗଡା ରାସ୍ତାର ଉନ୍ନତି ପାଇଁ ମାଟି କାମ ହେବା ପରିବେ ର୍ ବାଲି ପକାଯାଇଛି । ଏହି ଚାରୋଟି ପ୍ରକଳ୍ପ ଛଡା ଅନ୍ୟ ବହୁ ପ୍ରକଳ୍ପରେ ମଧ୍ୟ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ ଜବ୍ କାର୍ଡଧାରୀମାନେ ସାମ୍ବାଦିକଙ୍କ ସମ୍ମୁଖରେ ସିଧାସଳକ ଅଭିଯୋଗ କରିଛନ୍ତି । ହେଲେ ଦୁର୍ନୀତିକୁ ତଦନ୍ତ କରୁଥିବା ଅଫିସରମାନେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନକରି ତାଙ୍କୁ ଘ ଘୋଡାଉଥିବା ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ବିଭୂତିଭୂଷଣ ଦ୍ୱିବେଦୀ ପ୍ରକାଶ କରିଛନ୍ତି । ତେବେ ପୁନର୍ବାର ଏହାର ବିଧିବଦ୍ଧ ତଦନ୍ତ କରଯାଇ ସତ୍ୟାସତ୍ୟ ଜନସାଧାରଣଙ୍କ ନିକଟରେ ଉନ୍ମୋଚନ କରିବା ପାଇଁ ଉଚ୍ଚ କ ର୍ୃପକ୍ଷଙ୍କଠାରେ ଅଭିଯୋଗକାରୀମାନେ ଦାବି କରିଛନ୍ତି ।
ରାଜ୍ୟ
ସମାଜସେବୀ ବିଭୂତିଭୂଷଣ ଦ୍ୱିବେଦୀଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ; ମନରେଗା କାର୍ଯ୍ୟରେ ଦୁର୍ନୀତିକୁ ନେଇ ପୁନଃ ତଦନ୍ତ ଦାବି
- Hits: 279