ଭୁବନେଶ୍ୱର,:ଓଡ଼ିଶା ସରକାରଙ୍କ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ପ୍ରୋତ୍ସାହନ ପାଇଁ ଗଠନମୂଳକ ତଥା ସୁଦୂରପ୍ରସାରୀ ପଦକ୍ଷେପ ଗ୍ରହଣ କରୁଛନ୍ତିା ଗ୍ରାମାଞ୍ଚଳର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ସହିତ ଶତାବ୍ଦୀ ପୁରୁଣା ହସ୍ତତନ୍ତ ପରମ୍ପରାକୁ ଏକୀକୃତ କରିବାରେ ରାଜ୍ୟ ସରକାର ସକ୍ରିୟ ପଦକ୍ଷେପ ନେଉଛନ୍ତିା ଏହା କେବଳ ଘରୋଇ ତଥା ବିଦେଶୀ ପରିଦର୍ଶକଙ୍କୁ ଆକର୍ଷିତ କରିବ ନାହିଁ, ବରଂ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସେମାନଙ୍କର ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ସୁଯୋଗ ପ୍ରଦାନ କରିବା ଜଗତସିଂହପୁର ଜିଲ୍ଲାର ଜୟିପୁର ଠାରେ ଏକ ବୁଣାକାର ଶିଳ୍ପ ଗ୍ରାମ ବୟନଗ୍ରାମ ଉଦଘାଟିତ ହୋଇଛିା ମାଣିଆବନ୍ଧ ବୌଦ୍ଧ ହସ୍ତତନ୍ତ ପର୍ଯ୍ୟଟନ ଗ୍ରାମ ଏବଂ ଗୋପାଳପୁର ଟସର ହସ୍ତଶିଳ୍ପ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ହୋଇଛି ଏବଂ ଆହୁରି ଅନେକ କାର୍ଯ୍ୟ ଆଗେଇ ଚାଲିଛିା
ଅନେକ ବିଦେଶୀ ଏବଂ ଘରୋଇ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ହ୍ୟାଣ୍ଡଲୁମ୍ କ୍ଲଷ୍ଟର ପରିଦର୍ଶନ କରି ହସ୍ତଶିଳ୍ପ ସମ୍ବନ୍ଧୀୟ ବିଭିନ୍ନ କୌଶଳ ଏବଂ ପଦ୍ଧତିଗୁଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବୁଝିବା ପାଇଁ ଇଚ୍ଛା ପ୍ରକାଶ କରୁଥିବାର ଦେଖାଯାଏା କାରିଗର କିମ୍ବା ବୁଣାକାର ସମ୍ପ୍ରଦାୟମାନେ ପର୍ଯ୍ୟଟକ/ ପରିଦର୍ଶକଙ୍କୁ ଏକ ସୂଚନାପୂର୍ଣ୍ଣ ତଥ୍ୟ ପ୍ରଦାନ କୌଶଳ ଉପରେ ଅଭିଜ୍ଞତା ରହିବା ଅତ୍ୟନ୍ତ ଆବଶ୍ୟକା ତେଣୁ ଓଡ଼ିଶାର ୭୩ଟି ହସ୍ତତନ୍ତ କ୍ଲଷ୍ଟରର ୭୩୦ ଜଣ ମାଷ୍ଟର ବୁଣାକାର/ ପୁରସ୍କାର ପ୍ରାପ୍ତ ବୁଣାକାର/ ଉଦ୍ୟୋଗୀ ବୁଣାକାର/ କାରିଗରଙ୍କୁ ଆତିଥ୍ୟ ଏବଂ ପର୍ଯ୍ୟଟନ ପରିଚାଳନା ଉପରେ ସ୍ୱଳ୍ପ ଦକ୍ଷତା ବିକାଶ ଉପରେ ତାଲିମ ପ୍ରଦାନ କରାଯିବା ଏହି ଦୃଷ୍ଟିରୁ କଟକ ହସ୍ତତନ୍ତ ଅଞ୍ଚଳର (ଜୋନ) ବୁଣାକାରମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ସେପେଫମ୍ବର ୧୫ ଏବଂ ୧୬, ୨୦୨୨ ମସିହାରେ ଡେପୁଟି ଡାଇରେକଫର ଟେକ୍ସଟାଇଲସ, କଟକଙ୍କ ଦ୍ୱାରା ଆୟୋଜିତ ହୋଇଛିା ଏହି କାର୍ଯ୍ୟକ୍ରମ ଇଣ୍ଡିଆନ୍ ଇନଷ୍ଟିଚ୍ୟìଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱରଙ୍କ ଦ୍ୱାରା ପରିଚାଳିତ ଏବଂ ଗଅଉଓଅଈ (ରାଜ୍ୟ ହସ୍ତତନ୍ତ ପୁଞ୍ଜ ବିକାଶ ଅନୁଷ୍ଠାନ)ଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲାା ଏହି ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ୮୦ ଜଣ ବୁଣାକାରଙ୍କୁ ତାଲିମ ପ୍ରଦାନ କରାଯାଇଛିା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶ୍ରୀ ଅଶୁତୋଷ ମହାନ୍ତି, ଉପନିର୍ଦେଶକ ବୟନଶିଳ୍ପ, କଟକ, ଶ୍ରୀ ଦିଲୀପ ବାଗ, ସିଇଓ "ଏସ୍ଏଡିଏଚ୍ଏସି', ଡକଫର ବି.ସ୍ୱାଜନ ସହକାରୀ ପ୍ରଫେସର, ଶ୍ରୀ ଭାବତୋଷ ଦେହୁରି, ଶ୍ରୀ ଦେବ ଘଡାଇ, ଏବଂ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ଉଦଘାଟନ କରିଥିଲୋ ଏହି ତାଲିମ ପର୍ଯ୍ୟଟକଙ୍କୁ ମୂଲ୍ୟବାନ ସୂଚନା ଆଦାନପ୍ରଦାନ କରିବା ସହିତ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ସକ୍ଷମ ଏବଂ ସଶକ୍ତ କରିବା ହସ୍ତତନ୍ତ ପୁଞ୍ଜର ପର୍ଯ୍ୟଟନ ବିକାଶ, ଏହି ବୁଣାକାର ସମ୍ପ୍ରଦାୟର ଦକ୍ଷତା ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପା ଏହି ଦକ୍ଷତା ବିକାଶ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ବୁଣାକରମାନଙ୍କ ପାଇଁ ବିକାଶ ଓ ସଫଳତା ଆଣିଦେବା