ହେଡଲାଇନସ୍:

ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର / ସୁମନ୍ତ କୁମାର ଦାସ:ଚଳିତବର୍ଷ ମହା ଆଡମ୍ବର ରେ ଅନୁଷ୍ଠିତ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ l ପାରାଦୀପ ଅଫିସର୍ସ କ୍ଳବ ରେ ଆୟୋଜିତ ବାଲିଯାତ୍ରା ପ୍ରସ୍ତୁତି ବୈଠକ ରେ ସୂଚନା ପ୍ରଦାନ କରିଛନ୍ତି ବାଲିଯାତ୍ରା କମିଟି ର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପାରୁଲ ପଟାୱାରୀ l ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଚଳିତ ବର୍ଷ ବନ୍ଦ ହୋଇଥିବା ବେଳେ ବାଲିଯାତ୍ରା ଧୂମାଧାମ ରେ ହେବାକୁ ନେଇ ପ୍ରସ୍ତୁତି ବୈଠକ ରେ ଜିଲ୍ଲାପାଳ ଙ୍କ ସୂଚନା ପରେ ପାରାଦୀପ ବାସିଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ପ୍ରସ୍ତୁତି ବୈଠକ ରେ ଜିଲ୍ଲାପାଳ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ବିଧାୟକ, ସାଂସଦ, ପୌରାଧ୍ୟକ୍ଷ ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଦୁଇଟି ଥାନା ଅଧିକାରୀ ଙ୍କ ସମେତ ବାଲିଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ବିଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ବାଲିଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହାକୁ ଧୂମଧାମ ରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି l ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ରେ ସମସ୍ତ ସୂଚନା ପରେ କମିଟି ମେମ୍ବର ମାନେ ମଧ୍ୟ ନିଜର ମତାମତ ରଖିଥିଲେ l ସାତଦିନ ଧରି ଆୟୋଜିତ କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ଦୁଇଦିନ ବଢାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବ କୁ ବାଲିଯାତ୍ରା ସମୟର ସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବାଲିଯାତ୍ରା କମିଟି ଅଧ୍ୟକ୍ଷ ଜିଲ୍ଲାପାଳ ପାରୁଲ ପଟାୱାରୀ ପ୍ରକାଶ କରିଥିଲେ l ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ଜିଲ୍ଲପାଳ ଅତିରିକ୍ତ ଜିଲ୍ଲାପାଳ ଙ୍କୁ କହିଥିଲେ

0
0
0
s2sdefault