ହେଡଲାଇନସ୍:

ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ଭବନର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନାର ବୈଠକ ବ୍ରହ୍ମପୁର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି। ସାଂସଦ ଶ୍ରୀ ସାହୁ ବକ୍ତବ୍ୟରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ କ୍ଷେତ୍ରରେ ଜନସାଧରଣଙ୍କୁ ଘରେ ଘରେ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଜନସାଧରଣଙ୍କୁ ଠିକ୍ ସମୟରେ ଠିକ୍ ଭାବେ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ।
ଆଜିର ଏହି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ବୈଠକରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ତଥା ରୋଗୀ କଲ୍ୟାଣ ସମିତି , ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ , ଆୟୁଷମାନ ଭାରତ , ଯକ୍ଷ୍ମା ନିୟନ୍ତ୍ରଣ , ନେତ୍ର ଜ୍ୟୋତି , ଜିଲ୍ଲା କୋର କମିଟି , ଜିଲ୍ଲା ପରାମର୍ଶ ଦାତା କମିଟି , ଖାଦ୍ୟ ସୁରକ୍ଷା , ଶିଶୁ ମୃତ୍ୟୁହାର ଓ ମାତୃ ମତ୍ୟୁହାର ପ୍ରଭୁତି ଯୋଜନା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରାଯାଇଛି।
ଏହି ସ୍ୱାସ୍ଥ୍ୟ ସମିତି ପରିଚାଳନାର ବୈଠକରେ ଗଜପତି ଜିଲ୍ଳା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ,ପାରଳାଖେମୁଣ୍ଡି ବିଧାୟକଙ୍କ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ , ପାରଳାଖେମୁଣ୍ଡି ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରମାଞ୍ଚଳ ଖମାରୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଦୀପ ପାତ୍ର , ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଅଧିକାରିଣୀ ସୌମ୍ୟାରାଣୀ ଗୌଡ଼ , ଡା.ପ୍ରଦୀପ କୁମାର ପଣ୍ଡା ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ ସହାୟକ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault