ଭୁବନେଶ୍ୱର:- ସିଏସ୍ଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲସ୍ ଟେକ୍ନୋଲୋଜିଠାରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୪ ଦିନଧରି ଅନୁଷ୍ଠିତ ହିନ୍ଦୀ ପଖୱାଡା ଉତ୍ସବର ଉଦ୍ଯାପନୀ ଦିବସ ଆୟୋଜିତ ହୋଇଯାଇଛି । ଏହି ଅବସରରେ କର୍ମଚାରୀ, ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଏବଂ ପ୍ରକଳ୍ପ କର୍ମଚାରୀଙ୍କ ପାଇଁ ହିନ୍ଦୀରେ ଅନେକ ପ୍ରବନ୍ଧ, ବିତର୍କ ଏବଂ ହିନ୍ଦୀ କୁଇଜର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବହୁ ଉତ୍ସାହର ସହିତ ଉପରୋକ୍ତ ପ୍ରତିଯୋଗିତାରେ ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି ପଖୱାଡା ଅବସରରେ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ କବିତାପାଠ, ହିନ୍ଦୀ ପ୍ରବନ୍ଧ ପ୍ରତିଯୋଗୀତା ଏବଂ ନର୍ସରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ବକ୍ତୃତା ମଧ୍ୟ ଆୟୋଜିତ ହୋଇଥିଲା । ଉପରୋକ୍ତ ପ୍ରତିଯୋଗିତାରେ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଦେଶଭକ୍ତି, ସହୀଦ ଏବଂ ମହିଳାଙ୍କ ଅଧିକାର ଇତ୍ୟାଦି ପରି ବିଭିନ୍ନ ବିଷୟରେ କବିତା ପାଠ କରିଥିଲେ ଯାହା ହୃଦୟସ୍ପର୍ଶୀ ହୋଇଥିଲା ।
ଏହି ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସାଇନ୍ଟିଷ୍ଟ ଇନ୍ଚାର୍ଜ ଏବଂ ଓଡିଶାର ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ମୁଖ୍ୟ ଡ. ଗୌରଭ ଯାଦବ ଯୋଗ ଦେଇ ଭାଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସିଏସ୍ଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ୱରର ନିଦେ୍ର୍ଧଶକ ପ୍ରଫେସର ଏସ ବାସୁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ବିଭିନ୍ନ ପ୍ରତିଯୋଗୀତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ହିନ୍ଦୀ ପଖ୍ୱାଡାର ସଂଯୋଜକ ବୈଜ୍ଞାନିକ ମନୋଜ କୁମାର, ସହ ସଂଯୋଜକ ବୈଜ୍ଞାନିକ ଡ ସୌରଭ ଗାଙ୍ଗୁଲି, ମନୀଷ କୁମାର (ମୁଖ୍ୟ ବୈଜ୍ଞାନିକ), ସଞ୍ଜୀବ କୁମାର ପାଣ୍ଡେ (ମୁଖ୍ୟ ବୈଷୟିକ ଅଧିକାରୀ), ଡ ମହମ୍ମଦ ସାହିଦ ଅନୱର(ସିନିଅର ପ୍ରିନ୍ସିପାଲ ସାଇନ୍ଟିଷ୍ଟ) ଏବଂ ଅନ୍ୟାନ୍ୟ ବିଭାଗର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ସିଏସ୍ଆଇଆର- ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ୍ ଟେକ୍ନୋଲୋଜି (ଆଇଏମଏମଟି ) ପକ୍ଷରୁ ହିନ୍ଦୀ ପଖୱାଡା
- Hits: 271