ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ପରିସରର ''ହିନ୍ଦୀ ଦିବସ '' ପାଳିତ ହୋଇଯାଇଛି।
ହିନ୍ଦୀ ଭାଷାର ପ୍ରୟୋଗ ଓ ପ୍ରସାର ପାଇଁ ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ "ହିନ୍ଦୀ ଦିବସ" ରୂପେ ପାଳନ କରାଯାଇଛି। ଏହି ଅବସରରେ ପ୍ରବନ୍ଧ , ଭାଷା ଅଭିଜ୍ଞତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା।
ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିତେନ୍ଦ୍ର ନାଥ ମହତ (ଓ ଏଲ ଏମ୍ ) , ଉପାସନା ରଥ (ଗାନ୍ଧିନିତି ଆୟୋଗ ସଂସ୍ଥା ) , ଅନନ୍ତ ଶୁଶାନ (ଗାନ୍ଧୀ ନିତି ଆୟୋଗ ) , ଫରାଖାନ୍ , ଆୟୁଷ ହର୍ଷ , ଲତିକା ଦେବୀ ( ବି ପି ଏମ୍ , ଓ ଏଲ ଏମ୍ ରାୟଗଡା) ପ୍ରମୁଖ ମଞ୍ଚାସୀନ ରହି ହିନ୍ଦୀ ଭାଷାର ପ୍ରସାର ସହ ହିନ୍ଦୀ ଭାଷାର ପ୍ରାମୁଖ୍ୟତା ଉପରେ ମନ୍ତବ୍ୟ ରଖିଥିଲେ ଓ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ର , ଓ ଏଲ ଏମ୍ ର୍ କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମଟି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ନେହୁରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ବି. ଭବାନୀ , ଏ. ମହେଶ , ଏସ୍. ପ୍ରବୀଣ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ନେହୁରୁ ଯୁବ କେନ୍ଦ୍ର ତରଫରୁ "ହିନ୍ଦୀ ଦିବସ" ପାଳିତ
- Hits: 353