ହେଡଲାଇନସ୍:

ରାୟଗଡ଼ ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବୁଧବାର ସଦଭାବନା ଗୃହ ଠାରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବିଧ୍ୟାୟକ ମକରନ୍ଦ ମୁଦୁଲି ଅତିଥି ରୂପେ ଯୋଗଦେଇ ସମସ୍ତ ନବ ନିର୍ବାଚିତ ସମିତି ସଭ୍ୟା, ସଭ୍ୟ ଓ ସରପଞ୍ଚଙ୍କୁ ସ୍ଵାଗତ ଜଣାଇବା ସହ ରାୟଗଡ଼ ବ୍ଲକର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଙ୍କଳ୍ପବଦ୍ଧ ହେବା ପାଇଁ ଆହ୍ଵାନ ଦେଇଥିଲେ । ଅଞ୍ଚଳରେ ପାନୀୟଜଳ, ସବୁଦିନିଆ ରାସ୍ତା ଓ ବିଜୁଳି ଆଦି ପହଞ୍ଚି ପାରିଲେ ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ । ସ୍ଥାନୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସେଗୁଡିକର ସମାଧାନ ସହ ସରକାରୀ ଯୋଜନା ଗୁଡିକୁ ଲୋକାଭିମୁଖୀ କରିବାରେ ସାମୁହିକ ସହଯୋଗ କାମନା କରିଥିଲେ । ଉକ୍ତ ବୈଠକକୁ ଅଧ୍ୟକ୍ଷା ଟୁନି ହୁଇକା ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ହର ପ୍ରସାଦ ହେପ୍ରୁକା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେସିକା, ପଦ୍ମାବତୀ ମାଣ୍ଡାଙ୍ଗି, ସନ୍ଧ୍ୟା ପୁଳାକା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଏସ ଜୀବିତେଶ୍ଵର ରାଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ । ଏହିଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ ଉଭୟ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପରସ୍ପର ସହଯୋଗ ଦ୍ଵାରା ସମସ୍ତ ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ଫୋନକୁ ଖୋଲା ରଖିବା ଓ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ହିତାଧିକାରୀଙ୍କ ଫୋନର ଉତ୍ତର ଦେବା ସହ ସମସ୍ୟା ଗୁଡିକୁ ଯଥାଶୀଘ୍ର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏହାସହ ତେଲୁଗୁ ଭାଷାଭାଷି ଶିଶୁଙ୍କ ନିମନ୍ତେ ତେଲୁଗୁ ଭାଷାର ପୁସ୍ତକ ଯୋଗାଣ ନିମନ୍ତେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଏସ ଜୀଭିତେଶ୍ଵର ରାଓ ଗୃହକୁ ଅବଗତ କରିଥିଲେ । ଏତଦ ବ୍ୟତିତ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀଯ ଜଳ, ଆବାସ ଗୃହ, ଶିକ୍ଷା, କୃଷି, ପଶୁପାଳନ ଆଦି ବିଷୟ ଆଲୋଚନାର ପରିସରଭୁକ୍ତ ହୋଇଥିଲା । ଅପରାହ୍ନରେ ସାତୋଟି ସ୍ଥାୟୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault