ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଓ ବାର୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନମାନସରେ ଉଜ୍ଜୀବିତ ରଖିବା ପାଇଁ ଓଡିଶା ସରକାର ରାଜ୍ୟବ୍ୟାପୀ ଅହିଂସା ରଥର ପରିଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅହିଂସାରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ l ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅହିଂସା ରଥ ସେପ୍ଟେମ୍ବର ୨୫, ୨୬ ଓ ୨୭ ତାରିଖରେ ଜଗତସିଂହପୁର ଜିଲ୍ଲାବ୍ୟାପୀ ପରିକ୍ରମା କରିବ l ୨୫ ତାରିଖ ପୂର୍ବାହ୍ନ ୯ ଘଣ୍ଟା ସମୟରେ କୁଜଙ୍ଗ ବ୍ଲକ ଭୁତମୁଣ୍ଡେଇଠାରେ କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଅହିଂସା ରଥ-୧ ଓ ଅହିଂସା ରଥ -୨ କୁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବେ l ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଅଧ୍ଯକ୍ଷତାରେ ଅହିଂସା ରଥ ପରିଭ୍ରମଣ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ l ଅହିଂସାରଥ-୧ କୁଜଙ୍ଗ ବ୍ଲକ ଭୁତମୁଣ୍ଡେଇ ହାଇସ୍କୁଲ ପାରାଦ୍ୱୀପ, ବିଜୁ ମୈଦାନ, ଝିମାଣି, କାଳିଆପାଟ ଦେଇ ବିବି ହାଇସ୍କୁଲ କୁଜଙ୍ଗରେ ଅବସ୍ଥାନ କରିବ l ସେପ୍ଟେମ୍ବର ୨୬ ତାରିଖରେ ରାହାମା ବଜ଼ାର,ଗୋପାଳପୁର, ତିର୍ତୋଲ, ମା ସାରଳା ମନ୍ଦିର, ରଘୁନାଥପୁରରେ ଅବସ୍ଥାନ କରିବ l ସେପ୍ଟେମ୍ବର ୨୭ ତାରିଖରେ ଗୁଆଳିପୁର, ବାଗଲପୁର, ବିରିଡିଠାରେ ରାତ୍ରି ଯାପନ କରିବ l ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଜିଲ୍ଲାପାଳଙ୍କ ପଡିଆ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ କରାଯିବ l ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ l ସେପ୍ଟେମ୍ବର ୨୮ ତାରିଖରେ ଅହିଂସା ରଥ ୧ ଓ ୨ କୁ ବିରିଡି ବ୍ଲକ ସୀମାଠାରେ କଟକ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରୁଦ୍ର ନାରାୟଣ ଦାଶ, ସବକଲେକ୍ଟର ଶ୍ରୀ ଧାମେନ୍ଦ୍ର ମଲ୍ଲିକ, ବିଡ଼ିଓ, ତହସିଲଦାର, ସିଡିପିଓ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଅହିଂସା ରଥ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ରାଜ୍ୟ
୨୫ ରୁ ଜିଲ୍ଲା ପରିଭ୍ରମଣ କରିବ ଅହିଂସା ରଥ
- Hits: 503