ଭୁବନେଶ୍ୱର: ଯେଉଁ ବୟସରେ ହସି,ଖେଳି ପାଠ ପଢିବାକୁ ଯିବା କଥା, ସେହି ବୟସରେ ମାନସୀ ଦିବ୍ୟାଙ୍ଗ ଭାବେ ଅଗଣାରେ ପଡ଼ି ଲୁହ ଝରାଉଥିଲେ। ଅଣ୍ଟା ହାଡ଼ ଖସି ଯାଇଥିବାରୁ ଦୈନନ୍ଦିନ କାମ କରିବାକୁ ଅସମର୍ଥ ହୋଇ ପଡ଼ିଥିଲେ ସେ, ଅନ୍ୟର ସାହାରାରେ ଚଳପ୍ରଚଳ କରୁଥିବାରୁ ମନେ ମନେ ଭାଙ୍ଗି ପଡୁଥିଲେ । ଚିକିତ୍ସାରେ ପ୍ରତିବନ୍ଧକ ସାଜିଥିଲା ଅର୍ଥ, ଆଉ ଏତିକିବେଳେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସଫଳ ହେଲା ଅସ୍ତ୍ରୋପଚାର ।
ଘଟଣାଟି ହେଉଛି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖଜୁରିଆ ଗ୍ରାମର ଜୁଆଙ୍ଗ ସମ୍ପ୍ରଦାୟ ଆଦିବାସୀ ବାସିନ୍ଦା ଅର୍ଜୁନ ଜୁଆଙ୍ଗଙ୍କ ୧୯ ବର୍ଷିୟା ଦିବ୍ୟାଙ୍ଗ ଝିଅ ମାନସୀ ଜୁଆଙ୍ଗଙ୍କର । ଜନ୍ମରୁ ତାଙ୍କ ଅଣ୍ଟା ହାଡ଼ ଖସି ଯାଇଥିବାରୁ ସେ ତାଙ୍କର ଦୈନନ୍ଦିନ କାମ କରିବାକୁ ଅସମର୍ଥ ଥିଲେ । ପରିବାରର ସାହାରା ନେଇ ବଞ୍ଚୁଥିଲେ । ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ପରିବାରବର୍ଗ ତାଙ୍କୁ ଘରୋଇ ହସ୍ପିଟାଲକୁ ନେଇ ପାରୁନଥିଲେ । ତାଙ୍କ ଘର ପାଖରେ ଥିବା କେନ୍ଦୁଝର ସରକାରୀ ହସ୍ପିଟାଲରେ ଝିଅକୁ ଦେଖାଉଥିଲେ । ଅସ୍ତ୍ରୋପଚାର ପାଇଁ ଡାକ୍ତର ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ।
ପରିବାର ବର୍ଗ ପୂର୍ବତନ ବିଧାୟକ ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଧନୁର୍ଜୟ ସିଦ୍ଧୁଙ୍କର ସହାୟତା ଲୋଡିଥିଲେ । ଶ୍ରୀ ସିଦ୍ଧୁ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ସ୍ୱାସ୍ଥ୍ୟ ଉପଦେଷ୍ଟା(ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ମାନସୀଙ୍କ ଅସ୍ତ୍ରୋପଚାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ କରାଇଥିଲେ । ଅସ୍ତ୍ରୋପଚାର ସମୟରେ ୮ୟୁନିଟ୍ O+ve ରକ୍ତର ଜରୁରୀ ଆବଶ୍ୟକତା ଥିବାରୁ ମାନସୀଙ୍କ ପରିବାରବର୍ଗ ଓଡ଼ିଶା ମୋ ପରିବାରକୁ ରକ୍ତ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଓଡ଼ିଶା ମୋ ପରିବାର ୩ ୟୁନିଟ୍ ରକ୍ତ ଯୋଗାଡ଼ କରିବା ସହିତ ଓଡ଼ିଶା ପରିବହନ ମହାସଂଘ ସହାୟତାରେ ଆଉ ୫ ୟୁନିଟ୍ ରକ୍ତ ଯୋଗାଇ ଦେଇଥିଲା । ଶେଷରେ ଅସ୍ତ୍ରୋପଚାର ସଫଳ ହେଲା । ତାଙ୍କ ଅଣ୍ଟାରେ ଅତ୍ୟାଧୁନିକ ପ୍ଳେଟ ଖଞ୍ଜା ଯାଇଥିଲା । ଏହି ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଦିଲ୍ଲୀପ ସେଠୀ ସଂଯୋଜନା କରିଥିଲେ ।
ବର୍ତ୍ତମାନ ମାନସୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଏଭଳି ସଙ୍କଟମୟ ପରିସ୍ଥିତିରେ ସାହାଯ୍ୟର ହାତ ବଢାଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ରାଜ୍ୟ
ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଦିବ୍ୟାଙ୍ଗ ଯୁବତୀଙ୍କୁ ନୂଆ ଜୀବନ ଦେଲା ଓଡିଶା ମୋ ପରିବାର
- Hits: 295