ହେଡଲାଇନସ୍:

ନର୍ଭେରାମ ଖଣିର ଗ୍ରାମସଭାକୁ ଘୋର ବିରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଡ଼ିଓଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ବଡ଼ବିଲ (ଶାସକ ପ୍ରଶାସକ) ଯୋଡ଼ା ଖଣି ମଣ୍ଡଳ ସ୍ଥିତ ଟଂଟୋ ଗ୍ରାମରେ ଥିବା ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ଖଣି କମ୍ପାନୀ ଗ୍ରାମବାସୀଙ୍କ ସହ ଚଞ୍ଚକତା କରି ଗ୍ରାମସଭା କରିବାକୁ ଉଦ୍ୟମ କରୁଥିବାର ଗୁରୁତର ଅଭିଯୋଗ ହୋଇଛି। ଏ ନେଇ ଟଂଟୋ ଗ୍ରାମବାସୀ ଯୋଡ଼ା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରି ଗ୍ରାମସଭାକୁ ସ୍ଥଗିତ କରିବାକୁ ନିବେଦନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଯେ ନର୍ଭେରାମ କମ୍ପାନୀ କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ନିରୀହ ଆଦିବାସୀଙ୍କୁ ଭିଟାମାଟି ଛାଡିବା ନିମନ୍ତେ ବାଧ୍ୟ କରୁଛନ୍ତି। କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଭରା ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରେ ଅନେକ ଖଣି କମ୍ପାନୀ କାର୍ଯ୍ୟ କରିଆସୁଛନ୍ତି। ତେବେ ଖଣି କମ୍ପାନୀ ଗୁଡିକ ଅଞ୍ଚଳବାସୀଙ୍କୁ ପ୍ରତାରିତ କରି ମନମୁଖୀ କାର୍ଯ୍ୟ କରୁଥିବାର ବାରମ୍ବାର ଅଭିଯୋଗ ହେଇ ଆସୁଛି। ଯାହା ଫଳରେ ଦିନକୁ ଦିନ ଖଣି ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ନର୍ଭେରାମ ଖଣି କମ୍ପାନୀ। ପ୍ରକାଶ ଥାଉକି ଗତ ଜୁଲାଇ ମାସ ୨୦ ତାରିଖରେ ନର୍ଭେରାମ କମ୍ପାନୀ ଦ୍ୱାରା ପ୍ରସ୍ତାବିତ ପେଲେଟ ପ୍ଲାଣ୍ଟ ପାଇଁ ୨୭.୨୯ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ରୂପେ ବ୍ୟବହାର ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ହେଲେ ଗ୍ରାମବାସୀଙ୍କ ବିରୋଧ ପରେ ଏହି ଗ୍ରାମସଭା ବିଫଳ ହୋଇଥିଲା।
କମ୍ପାନୀ ଗ୍ରାମବାସୀଙ୍କୁ ପ୍ରତାରିତ କରି କଳେବଳେ କୌଶଳେ ପୁନର୍ବାର ଗ୍ରାମସଭା କରିବାକୁ ଚକ୍ରାନ୍ତ ଚଳେଇଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। କମ୍ପାନୀ ନିରୀହ ଆଦିବାସୀଙ୍କ ଭିଟାମାଟି ଛଡେଇବାକୁ ବସିଥିବା ବେଳେ ସେମାନେ ଏପର୍ଯ୍ୟନ୍ତ ନୋଟିସ ମଧ୍ୟ ପାଇନଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ମହିଳା ଲକ୍ଷ୍ମୀ ମୁଣ୍ଡା। ଆମେ ଆମର ଭିଟାମାଟି କଦାପି ଛାଡ଼ିବୁ ନାହିଁ ବୋଲି ଲକ୍ଷ୍ମୀ କହିଛନ୍ତି। ତେବେ ଏ ନେଇ ଗତକାଲି ଗ୍ରାମବାସୀମାନେ ଏକତ୍ରିତ ହୋଇ ଯୋଡ଼ା ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଗ୍ରାମସଭାକୁ ସ୍ଥଗିତ ରଖିବାକୁ ନିବେଦନ କରିଥିବାର ଜଣାପଡିଛି। ତେବେ ଖଣି କାର୍ଯ୍ୟ ନିମନ୍ତେ ସ୍ଥାନୀୟ ଆଦିବାସୀଙ୍କୁ ବାରମ୍ବାର ପ୍ରତାରିତ କରାଯାଉଥିବାରୁ ଖଣି ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି।

0
0
0
s2sdefault