ହେଡଲାଇନସ୍:

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବିପଦ ପୂର୍ଣ୍ଣ ରାସ୍ତାରେ ଅଂଚଳ ଗସ୍ତ କଲେ ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରବଳ ଦାବୀ

ରାୟଗଡ଼ / ସରୋଜ ସାହୁ : ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ରାୟଗଡ ଜିଲ୍ଲା ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ବହୁ ପ୍ରସ୍ତୁତି କରିଥିଲା । ଲଗାତାର ଭାବେ ବୈଠକ କରି ସମସ୍ତ କାର୍ଯ୍ୟ ଗୁଡିକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା |ହେଲେ ସବୁକିଛି ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ ହୋଇଛି । କାରଣ ରାଜ୍ୟପାଳ ଗସ୍ତ କରିବାକୁ ଥିବା ଅଂଚଳ ଗୁଡିକର ରାସ୍ତାଘାଟରେ କୌଣସି ସୁଧାର ଅଣାଯାଇନାହିଁ । ରାୟଗଡ ଜିଲ୍ଲାର କୌଣସି ଦୁର୍ଗମ ଗାଁକୁ ରାଜ୍ୟପାଳ ଯାଇନାହାଁନ୍ତି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ନିକଟରେ ସେ ନିଜର ଗସ୍ତ କରିଥିବା ବେଳେ ଖାଲଖମା ପୂର୍ଣ୍ଣ ରାସ୍ତା ମାନଙ୍କରେ ସମତୁଲ କରିବା ପାଇଁ ମାଟି ଟିକିଏ ମଧ୍ୟ ପକାଯାଇନାହିଁ । ରାୟଗଡା ସହର ଠାରୁ ଆରମ୍ଭ କରି କୋଲନରା ବ୍ଲକର ବିଭିନ୍ନ ଗାଁ ପରିଦର୍ଶନ ଯିବା ସମୟରେ ସେଇ ସମାନ ଅବସ୍ଥା ନଜରକୁ ଆସିଥିଲା । ତେବେ ରାଜ୍ୟପାଳଙ୍କ ଗସ୍ତ ଅଂଚଳର ଦୁଇଟି ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା । ତାହା ହେଲା ରାୟଗଡା ସହର ମଧ୍ୟ ଦେଇ ଯାଇଥିବା ଫ୍ଲାଏଓଭର ବ୍ରିଜ ଏବଂ ଜେକେପୁର ସ୍ଥିତ ନାଗାବଳୀ ନଦୀ ଉପରେ ଥିବା ବ୍ରିଜ । ଏହି ଦୁଇଟି ସ୍ଥାନ ଅତ୍ୟନ୍ତ ବିପଦପୂର୍ଣ ରହିଛି । ଏହି ଦୁଇ ବ୍ରିଜ ଖାଲଖମାରେ ଭର୍ତି ହୋଇଥିବା କାରଣରୁ ଲଗାତାର ଭାବେ ଦୁର୍ଘଟଣା ବଢିଚାଲିଛି | କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ କରାଯାଉଥିଲେ ମଧ୍ୟ ଏହାକୁ ଅଣଦେଖା କରୁଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ | ଅତି ଦୁଃଖର ବିଷୟ ପ୍ରବଳ ଦାବୀ ହେଉଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ । ଆଉ ସେହି ବିପର୍ଯ୍ୟସ୍ତ ପୋଲ ଉପରେ ଆଜି ଯାତ୍ରା କରିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ । ରାଜ୍ୟପାଳଙ୍କ ଗସ୍ତ ପାଇଁ ଏହି ପୋଲରେ ଥିବା ଗାତ ଗୁଡିକ ମରାମତି କରିବା ପାଇଁ କୁହାଯାଇଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ ଏହାକୁ ଖାତିର କରିନଥିବା ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ସାଧାରଣ ଜନତା । ସାମାନ୍ୟ ମରାମତି ପାଇଁ କୌଣସି ଆନ୍ତରିକତା ମଧ୍ୟ ଦେଖାଇନଥିବା ଜଣାପଡିଛି । ଫଳରେ ଖୋଦ ରାଜ୍ୟପାଳଙ୍କୁ ବେଖାତିର କରିଥିବା ଅଭିଯୋଗ ହୋଇଛି । ତେଣୁ ଜାତୀୟ ରାଜପଥ ଓ ପୂର୍ତ ବିଭାଗ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିବା ପାଇଁ ଜନସାଧାରଣରେ ପ୍ରବଳ ଦାବି ହୋଉଛି ।

0
0
0
s2sdefault