ହେଡଲାଇନସ୍:

ପାଇକା ନଦୀ ର ଡାହାଣପଟ ନଦୀ ବନ୍ଧ ରାସ୍ତା ଶୋଚନୀୟ ତ୍ୱରିତ ମରାମତି ସହିତ ଉନ୍ନତିକରଣ ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କୃଷ୍ଣା ନନ୍ଦପୁରର ସାଇଫୋନ ସେତୁ ଠାରୁ ଗୋପାଳପୁର (ଶ) ଗ୍ରାମପଞ୍ଚାୟତ ର ସରଳପୁର କୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତା ମରଣ ଯନ୍ତା ପାଲଟିଛି l ଏହି ବ୍ଲକ ଅଧୀନ ପାଞ୍ଚ ପଞ୍ଚାୟତର ତିରିଶ ହଜାର ରୁ ଉର୍ଦ୍ଧ ଜନସାଧାରଣ ଏହି ନଦୀବନ୍ଧ ରାସ୍ତା ଉପରେ ନିର୍ଭର କରିଚଳନ୍ତି l କୃଷ୍ଣାନନ୍ଦପୁର ଗ୍ରାମ ପଞ୍ଚାୟତର ନୂଆଗାଁ, ତେଣ୍ଡାକୁଡା ଗ୍ରାମ ପଞ୍ଚାୟତର କଦମଛନ୍ଦା, ବିଶୁନପୁର ଗ୍ରାମ ପଞ୍ଚାୟତ ର ନିରପୋଇ, କନୀମୂଳ ଗ୍ରାମ ପଞ୍ଚାୟତ ର ମତ୍ତଗଜପୁର, ଭଂସର, ଲଙ୍କାପଡା, ମିର୍ଜାପୁର ଓ ଗୋପାଳପୁର (ଶ )ଗ୍ରାମ ପଞ୍ଚାୟତ ର ସରଳପୁର ଗ୍ରାମ ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଗୁରୁତର ହୋଇପଡିଛି l ଏହି ରାସ୍ତା ଉପରେ ସ୍କୁଲ, କଲେଜ ପଢୁଆ ଛାତ୍ର ଛାତ୍ରୀ, ହାଟ ବଜାର ବ୍ୟବସାୟୀ ମାନେ ଯାତାୟାତ କରିଥାନ୍ତି l ରାଜ୍ୟ ରାଜପଥ କୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା ଆଉ ପର୍ଯ୍ୟଟନ ମାନଚିତ୍ରରେ ଏହି ଅଞ୍ଚଳ ର ପ୍ରସିଦ୍ଧ ଶକ୍ତିପୀଠ ମା ଦିଗବାରୁଣୀ ଗଇଠିପୁର ଓ ମତ୍ତଗଜପୁରର ସତସଙ୍ଗ ଶ୍ରୀ ମନ୍ଦିରକୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଏହି ବିପଦ ଜନକ ରାସ୍ତାରେ ଆସି ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେବା ଯୋଗୁ ଆମ ଅଞ୍ଚଳ କୁ ଆସିବାକୁ ନା ପସନ୍ଦ କରୁଛନ୍ତି l ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କଲା ପରେ ମଧ୍ୟ କୌଣସି ଆଖି ଦୂର୍ଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ l ବିଧାୟକ ଓ ସାଂସଦ ଙ୍କ କଥା ଓ ପ୍ରତିଶୃତି କେବଳ ପ୍ରତିଶୃତି ରେ ରହିଯାଇଛି l ଏହି ରାସ୍ତା ର ତୁରନ୍ତ ମରାମତି ଓ ଉନ୍ନତିକରଣ ପାଇଁ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଜିଲ୍ଲାପାଳ ଜଗତସିଂହପୁର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ଯେଉଁଥିରେ ତୁରନ୍ତ ମରାମତି ଓ ଉନ୍ନତିକରଣ ପାଇଁ କନୀମୂଳ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ବୈରାଗୀ ଚରଣ ସ୍ୱାଇଁ, ନିରଞ୍ଜନ ମଲ୍ଲିକ, ସୁଶୀଲ କୁମାର ସାହୁ, ରବୀନ୍ଦ୍ର କୁମାର ମଲ୍ଲିକ, ଅରୁଣ କୁମାର ସୁତାର, ଖଗେଶ୍ୱର ନାୟକ, ରାଜେନ୍ଦ୍ର କୁମାର ବେହେରା, ନାରାୟଣ ନାୟକ, ମୁରଲୀଧର ସେଠି, ସୁକାନ୍ତ ମାଝୀ, ଚନ୍ଦ୍ରମଣି ଦାସ, କାନ୍ହୁ ଚରଣ ମଲ୍ଲିକ, ତନ୍ମୟ କୁମାର ସ୍ୱାଇଁ, କରୁଣାକର ବେହେରା, ଜ୍ଞାନ ରଞ୍ଜନ କର, ତୁଷାର କାନ୍ତ ପ୍ରଧାନ, ଅଜୟ କୁମାର ଦଳାଇ, ଦୀନେଶ ସିଂ ପ୍ରମୁଖ ଦାବୀ କରିଛନ୍ତି l

0
0
0
s2sdefault