ହେଡଲାଇନସ୍:

କେନ୍ଦୁଝର ଜିଲ୍ଲା ରେଡ୍‌କ୍ରସ୍‌ମ୍ୟାନଙ୍କ ସମାଜସେବାରେ ରେ ଦୁଇଦଶନ୍ଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦୁଝର : ଶ୍ରୀ ଏ.ଆର୍‌.ଖାନ ଏକ ସ୍ପଷ୍ଟ ବ୍ୟକ୍ତିତ୍ୱ ଯାହାଙ୍କର ପ୍ରତିଟି ମୁଭମେଂଟ୍‌ରେ ବାରି ହୋଇପଡେ ଅନ୍ୟକୁ ସହାୟତା କରିବାର ବିଶ୍ୱାସ, ବାପାଙ୍କଠାରୁ ପ୍ରେରଣା ପାଇ ମାନବୀୟସହାୟତାର ଏକ ଅନନ୍ୟ କର୍ମୀ ସାଜିଯାଇଛନ୍ତି ପିଲାଟିବେଳୁ । ନାହିଁ ଇଛା ନିଜକୁ ପ୍ରଚାରିତ କରିବା ପାଇଁ ଏଇଥିପାଇଁ ତ ନିୟମିତ ନିଜେ ରକ୍ତଦାନ କରି, ରକ୍ତଦାନ ଶିବିର ଆୟୋଜନ କରି ଆଶଙ୍କା ମଧ୍ୟରେ ରହୁଥିବା ଅନେକ ଲୋକଙ୍କ ମୁହଁରେ ଜୀବନର ପରିଭାଷା ସୃଷ୍ଟି କରି ଚାଲିିଛନ୍ତି । ଜିଲ୍ଲାର ପୁରାତନ ରକ୍ତଭଣ୍ଡାରକୁ ଆଧୁନିକତାର ସ୍ପର୍ଶ ଦେବାରେ ତାଙ୍କର ଅବଦାନ ନିଶ୍ଚିତ ସ୍ମରଣୀୟ । କେନ୍ଦୁଝର ଜିଲ୍ଲା ରେଡ୍‌କ୍ରସ୍ ର ଅର୍ଦ୍ଧଶତାବ୍ଦୀ ଇତିହାସରେ ସେ ଜଣେ ଜାଜୁଲ୍ୟମାନ ପ୍ରେରଣା ହୋଇ ପାରିଛନ୍ତି । ଜାତୀୟସ୍ତରର ବିପର୍ଯ୍ୟୟପରିଚାଳନା, ପ୍ରାଥମିକଚିକିତ୍ସାର ମାଷ୍ଟର ଟ୍ରେନର ଭାବରେ କେବଳ ଜିଲ୍ଲା କାହିଁକି ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିପାରିଛନ୍ତି । ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜେ ଓ ନିଜର ସାଥୀମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ୨୪X୭ ରେ କାର୍ଯ୍ୟକ୍ରମ ଜାରୀରଖିଛନ୍ତି , ପୀଡିତ ଅସହାୟମାନଙ୍କୁ ଆପଦ ବିପଦରେ ସହାୟତା ଯୋଗାଇବା, ନୂତନ ପୀଢିଙ୍କୁ ଫାଷ୍ଟ୍‌ଏଡ୍‌, ଜଳବାୟୁ ପରିବର୍ତନ, ଡିଜାଷ୍ଟର ରିସ୍କ୍ ମ୍ୟାନେଜମେଂଟ୍‌, ସାଇକୋସୋସିଆଲ୍ ସପୋର୍ଟ, ହେଲଥ୍ କେୟାର, ୱାଟରମ୍ୟାନେଜମେଂଟ୍‌, ଇଂଟରନ୍ୟାସନାଲ୍ ହ୍ୟୁମାନଟାରିଆନ୍‌ଲ, ଗ୍ରୀନ୍‌ହାଉସ୍ ପ୍ରଭାବ, ଭଲ୍ୟୁଂଟାରିଜିମ୍ ସଂପର୍କରେ ସଚେତନତା ସୃଷ୍ଟି ସହ ନିୟମିତ ତାଲିମ୍ ପ୍ରଦାନ କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ଅବଦାନ ରଖି ଚାଲିଛନ୍ତି । ସରକାର ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସମୟର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସମୟରେ ସେବା ଓ ସଚେତନତା କାର୍ଯ୍ୟକ୍ରମ, ରିଲିଫ୍ ଯୋଗାଣ, ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଶିବିର କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି |

ବିନା କିଛିପ୍ରାପ୍ତି ଆଶାରେ ଆଗେଇ ଚାଲିଥିବା ଏହି ବ୍ୟକ୍ତିତ୍ୱଙ୍କୁ ରାଜ୍ୟ ରେଡ୍‌କ୍ରସ ଶାଖା, ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ସମାଜସେବା-୨୦୧୮ ସମ୍ମାନରେ ସମ୍ମାନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ନିକଟରେ କିନ୍ତୁ ଦେଖିବାକୁ ମିଳିଥାଏ ବିନମ୍ରତା ଓ ସ୍ମିତହାସ୍ୟ ଯାହାକି ଅନ୍ୟମାନଙ୍କୁ ପ୍ରେରିତ କରେ ତାଙ୍କ କାର୍ଯ୍ୟଧାରାକୁ ଅନୁସରଣ କରିବାକୁ । ଅସହାୟଙ୍କୁ ସହାୟତା ସମୟରେ ସେ ଦେଖନ୍ତି ନାହିଁ ଜଣା ଅଜଣା, ଧନୀଗରିବ, ଉଚ୍ଚନୀଚ, କାର୍ଯ୍ୟସୀମା ମଧ୍ୟ ବ୍ୟାପକ ରକ୍ତଦାନ ରୋଗୀସେବା, ବିପର୍ଯ୍ୟୟଗ୍ରସ୍ତଙ୍କୁ ସହାୟତା ବୃକ୍ଷରୋପଣ, ମନସ୍ତାତ୍ୱିକ ସହାୟତା, ଅନ୍ନଦାନ, ତାଲିମ୍ ପ୍ରଦାନ ସର୍ବୋପରି ଏକ ଏଚ.ଆଇ.ଭି.ଗ୍ରସ୍ତ ପରିବାରକୁ ସମସ୍ତ ସହାୟତା କରି ସମାଜରେ ବଂଚିବାର ରାହା ଦେଖାଇପାରିଛନ୍ତି । ନିଜେ ସରଳ ଜୀବନଯାପନ କରି ପ୍ରତ୍ୟେକଟି ଲୋକଙ୍କ ନିକଟରେ ପହଂଚି ପାରିବାର ଦକ୍ଷତା ରଖିଛନ୍ତି ଏହି ସମାଜସେବୀ ଅନ୍ୟକୁ ପ୍ରତିଟି କ୍ଷେତ୍ରରେ ସାଧ୍ୟମତେ ସହାୟତା ଯୋଗାଇବାର କ୍ଷମତା ରଖିଛନ୍ତି କେନ୍ଦୁଝର ଜିଲ୍ଲାର ସମାଜସେବୀ ରେଡ୍‌କ୍ରସ୍ ମ୍ୟାନ୍ ଏ.ଆର୍‌.ଖାନ୍ ।

0
0
0
s2sdefault