ହେଡଲାଇନସ୍:

ସତ୍ୟଭାମାପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦ୍ୟାଳୟ ରୂପାନ୍ତରଣ ଉତ୍ତମ ଶୈକ୍ଷିକ ପରିମଣ୍ଡଳ ସୃଷ୍ଟି କରିଛି ।

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ନୋଡାର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ତଥାଅଭିଭାବକ-ଶିକ୍ଷକସମନ୍ୱୟବୈଠକ ଶନିବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ପ୍ରଭା ଦାଶ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପଞ୍ଚାୟତ ସମିତି ସଦସ୍ୟା ରଶ୍ମିତା ସ୍ୱାଇଁ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସୁଚିତ୍ରା ଦାସ,ବ୍ଲକ ଶିକ୍ଷା ସଂଯୋଜକ ପରିକ୍ଷିତ ସାହୁ, ସି.ଆର୍.ସି.ସି ଶ୍ରୀମତୀ କୁନି ଦେଈ ଓ ବିଦ୍ୟାଳୟର କେତେକ ପୁରାତନ ଛାତ୍ରଛାତ୍ରୀ(ଆଲୁମିନି) ଓ ଅଧ୍ୟୟନ ରତ ଛାତ୍ରଛାତ୍ରୀମଧ୍ୟ ଉପସ୍ଥିତ ଥିଲେ ।
ସଭାରେରାଜ୍ୟ ସରକାରଙ୍କ 5-ଟି ଉପକ୍ରମ ଆଧାରରେ ବିଦ୍ୟାଳୟ ରୂପାନ୍ତରୀକରଣଫଳରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାରେ କିପରି ଆଧୁନିକୀକରଣ ହୋଇଛି, ସେ ସଂପର୍କରେ ଅଭିଭାବକମାନଙ୍କୁ ଅବଗତ କରାଯାଇଥିଲା । ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ବୋର୍ଡରେ ଇ-କଣ୍ଟେଣ୍ଟ, ୟୁ-ଟ୍ୟୁବ୍ ଓ ପିପିଟି ବ୍ୟବହାର କରି ଶିକ୍ଷାଦାନ ସଂପର୍କରେ ଅଭିଭାବକମାନେ ଅବଗତ ହୋଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ କହିଲେ ଯେ, ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଇ-ଲାବୋରେଟୋରୀ ଆଦିରବ୍ୟବସ୍ଥା କରାଯାଇଛି । ଏଥି ସହିତ ଇତିମଧ୍ୟରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୂରଣ ହୋଇଛି ।ଏହା ଛାତ୍ରଛାତ୍ରୀମାନଙ୍କୁଗୁଣାତ୍ମକଶିକ୍ଷା ପ୍ରଦାନରେ ସହାୟକ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ପ୍ରକାଶ କରିବା ସହିତ ‘ମୋ ସ୍କୁଲ ଅଭିଯାନ’ରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀସାମିଲ ହୋଇ ବିଦ୍ୟାଳୟର ଉନ୍ନତିରେ ସହଯୋଗ କରିବାକୁ କହିଥିଲେ । କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସୁରେନ୍ଦ୍ର କୁମାର ସ୍ୱାଇଁ, ଶ୍ରୀ ଗଣେଶ୍ୱର ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଅଧିକ ଉନ୍ନତି ପାଇଁ ଗଠନମୂଳକ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ତଥା ଅଧୁନା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱର ଭାବେ କାର୍ଯ୍ୟରତ ଶ୍ରୀ ପଠାଣି ରାଉତ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାରଙ୍କ 5-ଟି ଉପକ୍ରମ ଆଧାରରେ ଏହି ବିଦ୍ୟାଳୟର ରୂପାନ୍ତରଣ କରାଯିବା ଫଳରେ ପୂର୍ବରୁ ଥିବା ବିଦ୍ୟାଳୟର ପରିବେଶ ଓ ବର୍ତ୍ତମାନର ପରିବେଶ ମଧ୍ୟରେ ବହୁ ପରିବର୍ତ୍ତନ ହୋଇଛି ।5-ଟି ଉପକ୍ରମ ଆଧାରରେ ରୂପାନ୍ତରୀକରଣ କରାଯାଇଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ଆଭିମୁଖ୍ୟ ରହିଥିବା ସଂପର୍କରେ ସେ ଆଲୋକପାତ କରିଥିଲେ ।
ବୈଠକରେ ୫-ଟି ଉପକ୍ରମ ଆଧାରରେ ରୂପାନ୍ତରିତ ହୋଇଥିବା ଏହି ସ୍କୁଲରେ ନିୟମିତ ଇଣ୍ଟରନେଟ୍ ସଂଯୋଗୀକରଣ ବ୍ୟବସ୍ଥା, ବିଦ୍ୟାଳୟରେ ସଂରଞ୍ଜାମଗୁଡିକର ସୁରକ୍ଷା, ଅଧୁନା ହାଇସ୍କୁଲରେ ଅନ୍ତର୍ଭୁକ୍ତ ହୋଇଥିବା ପୂର୍ବପ୍ରାଥମିକ ସ୍କୁଲରେ ପାଚେରୀ ନିର୍ମାଣ ସହିତ ବସିବା ପାଇଁ ବେଞ୍ଚ ଡେସ୍କ ବ୍ୟବସ୍ଥା, ଅଙ୍ଗନଓ୍ୱାଡି କେନ୍ଦ୍ରକୁ ବିଦ୍ୟୁତ ଯୋଗାଣ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ଶତ ପ୍ରତିଶତ ଉପସ୍ଥାନ ପରିପ୍ରେକ୍ଷୀରେ ଅଭିଭାବକମାନେ ସଚେତନ ହେବା, ବିଦ୍ୟାଳୟର ବାର୍ଷିକୋତ୍ସବ ପାଳନଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭଶ୍ରୀ ସାମନ୍ତରାୟ,ସୁଚିସ୍ମିତା ସେଠୀ ଏବଂ ଶିକ୍ଷକ ଶରତ ଚନ୍ଦ୍ର ବସନ୍ତରାୟ ବିଦ୍ୟାଳୟରେ5-ଟି ଆଧାରରେ ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ସଂଯୋଜକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରି ବିଦ୍ୟାଳୟର ଉନ୍ନତି ପାଇଁ ଶିକ୍ଷା ବିଭାଗ, ବ୍ଲକ ତଥା ଜିଲ୍ଲା ପ୍ରଶାସନ ତରଫରୁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି, ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସହଯୋଗ ଜାରି ରଖିବାକୁ ଅନୁରୋଧ କରିଥିଲେ ।

0
0
0
s2sdefault