ଭୁବନେଶ୍ୱର /ଚକ୍ରଧର ମାଝୀ: ବାସନ୍ତୀ ଦୁର୍ଗା ମିନିଟ୍ରକ ଆସୋସିଏସନ ପକ୍ଷରୁ ଏକ ସାଧାରଣ ସଭା ରସୁଲଗଡ ସ୍ଥିତ କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଗତ ବର୍ଷର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହେବା ସହିତ ସର୍ବ ସମ୍ମତି କ୍ରମେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ଏଥିରେ ସଭାପତି ଭାବେ ନିଖିଲ ରାଉତରାୟ, ଉପସଭାପତି ବିଜୟ କୁମାର ରାଉତରାୟ, ସମ୍ପାଦକ ସୁଶାନ୍ତ କୁମାର ରଣା, ସହ ସମ୍ପାଦକ ଦେବାଶିଷ ବିଶ୍ୱାଳ, କୋଷାଧ୍ୟକ୍ଷ ସମୀର କୁମାର ବେହେରା ଓ ଉପଦେଷ୍ଟା ଭାବେ ତ୍ରିଲୋଚନ ରାଉତରାୟଙ୍କୁ ଚୟନ କରାଯାଇଥିଲା ।
ସେହିପରି ସକ୍ରିୟ କମିଟି ସଦସ୍ୟ ଭାବରେ ଘନଶ୍ୟାମ ରାଉତ, ରାମଚନ୍ଦ୍ର ସାହୁ, ପ୍ରଭାତ କୁମାର ବେହେରା, ପ୍ରମୋଦ କୁମାର ସ୍ୱାଇଁ, ବୈକୁଣ୍ଠ ବିହାରୀ ସାହୁ, କାଳିଆ ବେହେରା ଓ ଭାଗ୍ୟରଥୀ ସାହୁଙ୍କୁ ମନୋନୀତ କରାଯାଇଥିଲା ।
ରାଜ୍ୟ
ବାସନ୍ତୀ ଦୁର୍ଗା ମିନିଟ୍ରକ ଓନର୍ସ ସଂଘର ନୂତନ କର୍ମକର୍ତ୍ତା
- Hits: 290