ହେଡଲାଇନସ୍:

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛ ଚାଷ ଓ ତାର ପରିଚାଳନା ତାଲିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ଗାଇବା ପଞ୍ଚାୟତର ବୁରୁଡ଼ା ଗ୍ରାମ ଠାରେ ଓଡ଼ିଶା ଜୀବିକା ମିଶନ , ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଙ୍ଘ ତରଫରୁ ୨ ଦିନିଆ ମାଛ ଚାଷ ତାଲିମ ଆୟୋଜନ କରାଯାଇଥିଲା।
ତାଲିମରେ ୪୦ ରୁ ଉର୍ଦ୍ଧ୍ବ ମହିଳା ଗୋଷ୍ଠୀର ସଭାନେତ୍ରୀ , ସମ୍ପାଦିକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଗୁମ୍ମାର ଅତିରିକ୍ତ ମତ୍ସ୍ୟ ଅଧିକାରୀ କେ. ଗିରିଧାରୀ ଓ (ଓ.ଏଲ.ଏମ୍) ର ଜିଲ୍ଲା ସ୍ତରୀୟ ତାଲିମ ଦାତା ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ମୁଖ୍ୟତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ ଉପରେ ପ୍ରଶିକ୍ଷଣ ଦେଇଥିଲେ।
ମାଛ ଚାଷ ଦ୍ଵାରା ଗ୍ରାମାଞ୍ଚଳର ମହିଳା ମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ। ପ୍ରଶିକ୍ଷଣରେ ମୁଖ୍ୟତଃ ମାଛ ଚାଷ ନିମନ୍ତେ ପୋଖରୀ ଚୟନ , ମାଛ ଯାଆଁଳା ଚୟନ , ମାଛ ନିମନ୍ତେ ଖାଦ୍ୟ , ମାଛର ରୋଗ ଓ ତା'ର ପ୍ରତିକାର , ପୁଷ୍ଟିହୀନତା ସମ୍ପର୍କରେ ତାଲିମ ଦିଆଯାଇଥିଲା।
ବାୟୋଫ୍ଲକ (ଜୈବପୁଞ୍ଜ) ପଦ୍ଧତିରେ ମାଛ ଚାଷ ଓ ତା'ର ପରିଚାଳନା। ସରକାରଙ୍କ ବିଭିନ୍ନ ଯୋଜନା ରିହାତି ଯଥା :- ମୋ ମତ୍ସ୍ୟ ପୋଖରୀ ଯୋଜନା , ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା , ମାଛ ଚାଷ କରୁଥିବା ମହିଳା ଗୋଷ୍ଠୀଙ୍କୁ ପଞ୍ଚାୟତ ପୋଖରୀ ଦୀର୍ଘ ମିଆଦି ଲିଜ୍ ରେ ଦିଆଯାଇ ମହିଳା ଗୋଷ୍ଠୀଙ୍କ ଆର୍ଥିକ ସ୍ଥିତି ସ୍ୱାବଲମ୍ବୀ ହୋଇ ପାରିବ ସୂଚନା ଦିଆଯାଇଥିଲା।
ଶେଷରେ ଗ୍ରାମର ବନ୍ଧରେ ମାଛ କିପରି ବଢିଛି ସମସ୍ତେ ଦେଖିବାକୁ ଯାଇଥିଲେ। ୨ ଦିନିଆ ତାଲିମରେ ମହାସଂଘର ସଭାପତି , ସମ୍ପାଦିକା ଓ ଏ.ବି.କେ , ସମସ୍ତ ସି.ଆର୍.ପି ସହଯୋଗ କରିଥିଲେ।

0
0
0
s2sdefault