ହେଡଲାଇନସ୍:

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁରରୋଡ୍/Biswajit Majhi  : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ବିୟୋଗରେ ଯାଜପୁରରୋଡ୍ ଗୋପବନ୍ଧୁଛକଠାରେ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଏକ ଶୋକସଭା ପାଳିତ ହୋଇଯାଇଛି । ଏହି ସଭାରେ ଅଟଳଜୀଙ୍କ ରାଜନୈତିକ ଜୀବନ ମଧ୍ୟରେ ତାଙ୍କର ବୀରତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେ ଥିଲେ ଜଣେ ଉଚ୍ଚକୋଟୀର ଜନନାୟକ । ସବୁ ଦଳଠାରୁ ସେ ଊଦ୍ଧ୍ୱର୍ରେ ରହି ରାଜନୀତି କରୁଥିଲେ । ଏହି ଜନନାୟକ ତଥା ଯୁଗପୁରୁଷଙ୍କ ପାଇଁ ଖାଲି ଭାରତ ନୁହେଁ ସାରା ବିଶ୍ୱ ଆଜି ସ୍ତବ୍ଧ ହୋଇଯାଇଛି । ସେ ଜଣେ ବାକ୍ୟବୀର ନଥିଲେ, କର୍ମବୀର ଥିଲେ ବୋଲି ସଭାପତି ରାଜେନ୍ଦ୍ର ବିଶ୍ୱାଳ ପ୍ରକାଶ କରିଛନ୍ତି । ଭାରତୀୟ ରାଜନୀତିରେ ମୂଲ୍ୟବୋଧ ଓ ଆଦର୍ଶକୁ ସେ ସର୍ବଦା ପ୍ରାଥମିକତା ଦେଇଆସୁଥିଲେ । ସେ ଜଣେ ଲୋକପି୍ରୟ ନେତା ଥିଲେ । ତାଙ୍କ ଭଳି ବ୍ୟକ୍ତିତ୍ୱ ଆଉ ମିଳିବେ କି ନାହିଁ କହିହେଉନାହିଁ ବୋଲି ଶୋକସଭାରେ ଯୋଗଦେଇଥିବା ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଥିଲେ । ଏହି ସଭାରେ ସହିଦ ଭଗତ ସିଂ ଯୁବକ ସଂଘ ସହିତ ବହୁ ବରିଷ୍ଠ  ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ପରିଶେଷରେ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ନିରଞ୍ଜନ ଘଡେ଼ଇ, ଚନ୍ଦ୍ରମଣି ସାମଲ, ସତ୍ୟନାରାୟଣ ମହାନ୍ତି, ଅକ୍ଷୟ କୁମାର ନାୟକ, ମନୋଜିତ୍ ପଟ୍ଟନାୟକ, ସଂଯୁକ୍ତା ମହାପାତ୍ର, ବାଇଧର ମାଝୀ, ହେମନ୍ତ କୁମାର ଧୀର, ରସାନନ୍ଦ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡା, ମଞ୍ଜୁଲତା ନାୟକ ପ୍ରମୁଖ ସାମିଲ ଥିଲେ ।

 

0
0
0
s2sdefault