କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା । ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ କରାଯାଇଛି । ପ୍ରତିଟି ଗଳିକନ୍ଦିରେ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ତୋରଣ ସମସ୍ତଙ୍କ ମନମୋହୁଛି । କରୋନା ଯୋଗୁଁ ଦୁଇ ବର୍ଷ ଧରି ଗଣେଶ ପୂଜା ନିରାଡମ୍ବର ଭାବେ ହୋଇଥିଲା । କିନ୍ତୁ କଟକଣା ହଟିଥିବାରୁ ଚଳିତବର୍ଷ ପୁଣିଥରେ କାଶୀପୁର ବ୍ଲକ ର ପୁର ପଲ୍ଲୀରେ ମହା ଆଡମ୍ବରରେ ପାଳିତ ହେଉଛି ଗଣେଶ ପୂଜା । ଗଣେଷ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୁଏ । ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଘରେ, ଯୁବ ସଂଗଠନ ଓ ବିଭିନ୍ନ କ୍ଲବ ଗୁଡ଼ିକ ଗଣେଶ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଛି ।ପୋଡାପାଡ଼ି ଗ୍ରାମର ଯୁବକ ସଙ୍ଘ ର ସଦସ୍ୟମାନେ ଧୁମ ଧାମ ରେ ଏହିବର୍ଷ ଗଣେଷ ପୂଜା ପାଳନ କରୁଥିବା ବେଳେ ସନ୍ଧ୍ୟା ସମୟରେ ଢେମସା ନାଚ ସହିତ ପଣା ସହ ଅର୍ଣ୍ଣଭୋଗ ର ମଧ୍ୟ ଆୟୋଜନ କରିଛନ୍ତି |ମୂର୍ତ୍ତି କାମ ସ୍ଥାନୀୟ ଶିଳ୍ପୀ ମଣ୍ଟୁସାହାଣି ଙ୍କ ସହିତ ସୁଦର୍ଶନ ସେଠି ଓ ପ୍ରଦୀପ ବେହେରାଙ୍କ ସହ ଯୁବ ସଂଙ୍ଗଠନ ମୁନା ବେହେରା,ରାଜେନ୍ଦ୍ର ଦୁରିଆ, ତ୍ରିପତି ସାହାଣୀ, ଶିବଶଙ୍କର ବାଘ ,ମୋହନ,ବିକାଶ,ଉମାକାନ୍ତ,ଅରୁଣ, ବାବୁ, ଲବ, ଦୁର୍ଯ୍ୟ, ଦୀପକ, ଟୁଟୁ, ସନ୍ତୁ, ରାକେଶ, ଉମାକାନ୍ତ, ମହେଶ, ବିଜୁ, ବିଟୁ, ଅଜୁ ସହଯୋଗ କରିଥିଲେ |
ରାଜ୍ୟ
ଦୁଇବର୍ଷ ପରେ ଗଜାନନ ଙ୍କ ପୂଜା ଧୁମ ଧାମ ରେ ପାଳନ କଲେ ପୋଡାପାଡ଼ି ଗ୍ରାମ ବାସୀ
- Hits: 700