ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡା.ତାପସ ରଞ୍ଜନ ସେନାପତି ପୁନଃ ଦାୟିତ୍ଵ ଗ୍ରହଣ ପାଇଁ ଆଦେଶନାମା ଜାରି କଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ
ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶରଣକୁଳରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ଦାୟିତ୍ବ କାଢ଼ି ନେଇ ଜଣେ କନିଷ୍ଠ ଡାକ୍ତରଙ୍କୁ ଦାୟିତ୍ଵ ଦେବା ନେଇ ଗତ ଫେବୃଆରୀ ମାସ ୧୩ ତାରିଖରୁ ଲାଗି ରହିଥିବା ବିବାଦର ଅବସାନ ଘଟିଛି। କଥାରେ ଅଛି ପ୍ରଜା ମେଳିକୁ ରାଜା ମଧ୍ୟ ମାନିବାକୁ ବାଧ୍ୟ ହୁଅନ୍ତି।ଡା.ତାପସ ରଞ୍ଜନ ସେନାପତିଙ୍କ ଠାରୁ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ବ କାଢ଼ିନେବା ଘଟଣାରେ ତାଙ୍କର ଲୋକପ୍ରିୟତା ଯୋଗୁଁ ଶରଣକୁଳ ବିକାଶ ମଞ୍ଚ ଡ.ସେନାପତି ପୁଣିଥରେ ଉକ୍ତ ଦାୟିତ୍ଵ ଫେରି ପାଇବା ନିମନ୍ତେ ରାଜରାସ୍ତାକୁ ଓହ୍ଲାଇଥିଲେ। ପରେ ମାର୍ଚ୍ଚ ମାସ ୫ ତାରିଖ ୧୨ ଘଣ୍ଟିଆ ଧର୍ମଘଟ ଡାକରା ସଫଳ ହୋଇଥିବା। ଏବଂ ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ। ସବୁ କଥାକୁ ବିଚାରକୁ ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଳୟ ପତ୍ର ସଂଖ୍ୟା ୯୮୯ ଏବଂ ତା୦୬/୦୩/୨୦୨୬ରିଖରେ ଡ.ସେନାପତିଙ୍କୁ ତାଙ୍କ ପୂର୍ବ ପଦବୀରେ ଅର୍ଥାତ୍ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପଦବୀରେ ଦାୟିତ୍ଵ ତୁଲାଇବା ନିମନ୍ତେ ଆଦେଶନାମା ଜାରି ହୋଇଛି। ସୂଚନା ଥାଉକି ଡା. ତାପସ ରଞ୍ଜନ ସେନାପତି ୩ ବର୍ଷ ଧରି ଶରଣକୁଳ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବରେ ସୂଚାରୁରୂପେ ସମସ୍ତ କାର୍ଯ୍ୟ ତୁଲାଇବା ସହିତ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେଇ ଆସୁଥିବା ବେଳେ ହଠାତ୍ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଶରଣକୁଳ ନିକଟବର୍ତ୍ତୀ ମଗରବନ୍ଧ ଡାକ୍ତରଖାନାର ଡାକ୍ତର ଇପ୍ସିତା ଦାସଙ୍କୁ ଡେପୁଟିସନରେ ଆଣି ଡାକ୍ତର ତାପସ ରଂଜନ ସେନାପତିଙ୍କ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିବା ବେଳେ ଡାକ୍ତର ସେନାପତି ଲମ୍ବା ଛୁଟିରେ ଥିଲେ।ଯେହେତୁ ଡାକ୍ତର ଇପ୍ସିତା ଦାସ ଡାକ୍ତର ସେନାପତିଙ୍କ ଠାରୁ କନିଷ୍ଠ, ତେଣୁ ତାଙ୍କୁ କିପରି ଏଠାକୁ ନିର୍ଦ୍ଦେଶ ପ୍ରଦାନ କରାଗଲା ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଜିଲ୍ଲାପାଳଙ୍କ ନିକଟରେ ବୁଦ୍ଧିଜୀବୀମାନଙ୍କ ଅଭିଯୋଗ କ୍ରମେ ୧୯ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୪ ଜଣଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାହା ବିଳମ୍ବ ହେବା ଯୋଗୁଁ ବୁଦ୍ଧିଜୀବୀମାନେ ଜିଲ୍ଲା ଚିକିତ୍ସାଧିକାରୀ ଡା. ପୁଷ୍ପ ନିଳିମା ଲାକ୍ରାଙ୍କୁ ଭେଟି ସମସ୍ତ ତଥ୍ୟ ଜଣାଇବା ପରେ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଥିଲେ। ଯଥାଶୀଘ୍ର ଡା.ଇପ୍ସିତା ଦାସଙ୍କ ନିଯୁକ୍ତି ପତ୍ରକୁ ରଦ୍ଦ କରିବା ସହିତ ଡା. ତାପସ ରଞ୍ଜନ ସେନାପତିଙ୍କୁ ପୁନଃ ଥଇଥାନ କରା ନଗଲେ ଶରଣକୁଳ ବିକାଶ ମଞ୍ଚ ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ଦିନ ୧୨ ଘଣ୍ଟିଆ ଧର୍ମଘଟ (ହରତାଳ) ଡାକରା ଦିଆଯିବ ବୋଲି ଚେତାବନୀ ଦେଇଥିଲେ।








